ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଆସନ୍ତାକାଲି ସୁଦ୍ଧା ଅଭାବ ହୋଇପାରେ ପେଟ୍ରୋଲ: ସଞ୍ଜୟ ଲାଠ

ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଗତକାଲି ଦୈନିକ ଲୋଡିଂ ପରିମାଣର ମାତ୍ର ୨୫ ପ୍ରତିଶତ ଲୋଡିଂ ହୋଇଥିଲା। ଏଥପାଇଁ କାଲି ସଂଧ୍ୟା ସୁଦ୍ଧା ଅନେକ ପେଟ୍ରୋଲ ପମ୍ପରୁ ତେଲ ସରିବା ଆଶଙ୍କା ରହିଥିବା ସଞ୍ଜୟ ଲାଠ କହିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।

ସେ କହିଛନ୍ତି କାଲି ସଂଧ୍ୟା ସୁଦ୍ଧା ରାଜ୍ୟରୁ ତୈଳ ଶେଷ ହେବା ଆଶଙ୍କା ଉପୁଜିଛି। ଆଜି ପାରାଦୀପରେ ତେଲ ଲୋଡିଂ ସଂପୂର୍ଣ୍ଣ ଠପ ରହିଛି। ବାଲେଶ୍ବର ଓ ଜଟଣୀରେ କିଛି ଲୋଡିଂ ହୋଇଛି। ଗତକାଲି ଦୈନିକ ଲୋଡିଂ ପରିମାଣର ମାତ୍ର ୨୫ ପ୍ରତିଶତ ଲୋଡିଂ ହୋଇଥିଲା। ଏଥପାଇଁ କାଲି ସଂଧ୍ୟା ସୁଦ୍ଧା ଅନେକ ପେଟ୍ରୋଲ ପମ୍ପରୁ ତେଲ ସରିବା ଆଶଙ୍କା ରହିଥିବା ସଞ୍ଜୟ ଲାଠ କହିଛନ୍ତି।

ଗତକାଲି ବିଭିନ୍ନ ପେଟ୍ରୋଲ ପମ୍ପରେ ତୈଳ ବିକ୍ରି ହାରାହାରି ୨୦ ପ୍ରତିଶତ ବୃଦ୍ଧି ପାଇଥିଲା। ଏଣୁ ଲୋକମାନଙ୍କୁ ଛାନିଆ ହୋଇ ତୈଳ ଭରିବାର କୈଣସି ଆବଶ୍ୟକତା ନଥିବା ସେ କହିଛନ୍ତି। ଆବଶ୍ୟକତା ଠାରୁ ଅଧିକ ତୈଳ ନକିଣିଲେ ଏହା ସୋମବାର ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ସଞ୍ଜୟ ଲାଠ। ଏହା ସହ ତୈଳ ଲୋଡିଂ ଓ ପରିବହନକୁ ଅତ୍ୟାବଶ୍ୟକ ସେବାକୁ ଆନ୍ଦୋଳନରୁ ବାଦ ଦେବାକୁ ସେ ଡ୍ରାଇଭର ସଂଘକୁ ଅନୁରୋଧ କରିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.