Below header

ବିବାଦର ବାରୁଦରେ ହାଉସଫୁଲ ୪ , ସୁଟିଂ ସେଟରେ ମହିଳା ଡ୍ଯାନ୍ସରଙ୍କ ସହ ଖୁଲମଖୁଲ୍ଲା ଅସଦାଚରଣ

ଫିଲ୍ମ ହାଉସଫୁଲ ୪ରେ ଲାଗିଯାଇଛି ଗ୍ରହଣ । ଲଗାତାର ବିବାଦ ଭିତରେ ରହିଛି ଏହି ସିନେମା । ପ୍ରଥମେ #MeToo ପାଇଁ ନାନା ପାଟେକର ଏବଂ ସାଜିଦ ଖାନଙ୍କୁ ଫିଲ୍ମରୁ ବିଦା ହେବାକୁ ପଡିଥିଲା । ଆଉ ଏବେ ଆସିଛି ଆଉ ଏକ ଅଭିଯୋଗ । ଫିଲ୍ମର ସୁଟିଂ ସମୟରେ ଏକ ବଡ଼ ଧରଣର ଘଟଣା ଘଟିଯାଇଛି । ଆଉ ମାମଲା ଏତେ ବାଟ ବଢିଗଲା ଯେ ଫିଲ୍ମରେ ଅଭିନୟ କରିଥିବା ୧୦୦ରୁ ଅଧିକ ଡ୍ୟାନ୍ସର୍ ପୋଲିସ୍ ଷ୍ଟେସନରେ ଏଫଆଇଆର୍ ରୁଜୁ କରିଛନ୍ତି ।

housefull 4ଅଭିଯୋଗ ଅନୁଯାୟୀ, ମୁମ୍ବାଇର ଚିତ୍ରକୁଟ ଷ୍ଟୁଡିଓରେ ସୁଟିଂ ଚାଲିଥିଲା । ଆଉ ଏହି ସମୟରେ ହଠାତ୍ କିଛି ଲୋକ ସୁଟିଂ ସେଟକୁ ପସି ଆସିଥିଲେ । ଏବଂ ମହିଳା ଡ୍ୟାନ୍ସର ମାନଙ୍କୁ ଅସଦାଚରଣ କରିଥିଲେ । ଘଟଣା ସମୟରେ ସେଟରେ ଅକ୍ଷୟ କୁମାର, ରିତେଶ ଦେଶମୁଖ ଏବଂ ବବି ଦେୱଲ୍ ଉପସ୍ଥିତ ଥିଲେ । ତେବେ ଏହି ଘଟଣା ପରେ ୧୦୦ ଜଣ ଡ୍ୟାନ୍ସର ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.