ଅଗ୍ନି ପରୀକ୍ଷା : ପରକୀୟା ପ୍ରୀତି ଅଭିଯୋଗ କରି ବୋହୂର ହାତକୁ ପୋଡ଼ି ଦେଲା ଶାଶୁ

ମଥୁରା : ବର୍ବରତା । ଜଣେ ଶାଶୁ ତାର ବହୂର ହାତକୁ ଚେଙ୍କ ଦେଇ ପୋଡ଼ି ଦେଇଛି । ବିବାହିତ ମହିଳା ଜଣକ ହେଛନ୍ତି ଉତ୍ତର ପ୍ରଦେଶ ମଥୁରାର । ତାଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣି ଶାଶୁ ଏଭଳି କରିଥିବା ମହିଳା ଜଣକ ସ୍ଥାନୀୟ ମନ୍ତ ଥାନାରେ ଅଭିଯୋଗ କରିଛନ୍ତି । ଶାଶୁ ଘର ଲୋକେ  ସବୁ ବେଳେ ତାଙ୍କୁ ନିର୍ଯାତନା ଦେଉଛନ୍ତି ଏବଂ ମୁଁ ଯାହା କହିଲେ ବି ସେମାନେ ମିଛ କହୁଛୁ ବୋଲି ଅଭିଯୋଗ କରୁଛନ୍ତି । ଏକଥା ପୋଲିସ୍ ଆଗରେ କହିଛନ୍ତି ପୀଡ଼ିତା ଜଣକ । ପୋଲିସ୍ ଘଟଣାର ଅନୁସନ୍ଧାର କରୁଛି ।

ଗତ ବର୍ଷ ଏପ୍ରିଲ ମାସରେ ପୀଡ଼ିତା ମହିଳା ସୁମନିଙ୍କର ଜୟବୀର ନାମକ ଯୁବକଙ୍କ ସହ ବିବାହ ହୋଇଥିଲା । ସୁମନିଙ୍କ ଭଉଣୀ ଜୟବୀରଙ୍କ ଭାଇ ଯଶବୀରଙ୍କୁ ମଧ୍ୟ ସେହି ଦିନ ବିବାହ କରିଥିଲା । ତେବେ ବାହାଘରର ୬ ମାସ ପରେ ସ୍ଥିତି ବଦଳି ଗଲା । ଶାଶୂ ସୁମନି ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣିଲେ । ଏହାକୁ ସେ ମିଛ ବୋଲି କହିବା ପରେ ଘରକୁ ତାନ୍ତ୍ରିକ ଡକାଗଲା । ତାନ୍ତ୍ରିକ କଥାରେ ସୁମନୀଙ୍କୁ ସୀତାଙ୍କ ଭଳି ଅଗ୍ନି ପରୀକ୍ଷା ଦେବାକୁ ହେଲା । ସୁମନି ହାତରେ ଜଳନ୍ତା କାଠ ରଖି ଦିଆଗଲା । ତାଙ୍କ ହାତରେ ଗୁରୁତର ଆଘାତ ଲାଗିଛି ।

ଯୌତୁକ ପାଇଁ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଛି ଏବଂ ପୂର୍ବରୁ ମଧ୍ୟ ସେ ଶୋଇଥିବା ବେଳେ ସ୍ବାମୀ ତାଙ୍କ ହାତକୁ ଛୁରୀରେ କାଟି ଦେଇଥିଲେ ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ସୁମନି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.