ସାଂଘାତିକ ରୋଗରେ ପୀଡିତ ଜଷ୍ଟିନ ବିବର, ଟୁର୍ ପୂର୍ବରୁ ମୁହଁ ହୋଇଗଲା ପାରାଲିସିସ୍
ଦୁନିଆର ସବୁଠାରୁ ଲୋକପ୍ରିୟ ଗାୟକ ଜଷ୍ଟିନ ବିବରଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ଜଷ୍ଟିନ ବିବରଙ୍କ ମୁହଁ ପକ୍ଷାଘାତର ଶିକାର ହୋଇଛି। ତେଣୁ ସେ ଆଗକୁ ହେବାକୁ ଥିବା ସବୁ କନସର୍ଟକୁ ରଦ୍ଦ କରିଦେଇଛନ୍ତି। ଜଷ୍ଟିନ ଏବେ ଏମିତି ରୋଗରେ ରହିଛନ୍ତି ଯାହା ପାଇଁ ମୁହଁ ତାଙ୍କର ପାରାଲିସିସ୍ ହୋଇଯାଇଛି। ଜଷ୍ଟିନ ବିବର ନିଜର ଆଲବମ୍ ‘ଜଷ୍ଟିନ’ ର ପ୍ରମୋସନ ପାଇଁ ଦୁନିଆର ଅନେକ ଦେଶକୁ ଟୁରରେ ଯାଇଥାନ୍ତେ । କିନ୍ତୁ ଏବେ ଏହିସବୁ ପ୍ରୋଗ୍ରାମକୁ ରଦ୍ଦ କରିଛନ୍ତି। ଏହାର ପ୍ରମୋସନ ପାଇଁ ମଧ୍ୟ ଜଷ୍ଟିନ ଭାରତ ଆସିଥାନ୍ତେ। କିନ୍ତୁ ଏପରି ଯୋଗୁଁ ତାଙ୍କର ଭାରତ ଟୁର ମଧ୍ୟ ରଦ୍ଦ ହୋଇଛି।
ନିଜ ଇନଷ୍ଟାଗ୍ରାମରେ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ଫ୍ୟାନ୍ସଙ୍କୁ ଏହି ଖବର ଦେଇ ନିରାଶ ହେବା ସହିତ କାରଣ କହିଛନ୍ତି। ବିବର ନିଜ ଇନଷ୍ଟା ଷ୍ଟୋରୀରେ ଫ୍ୟାନ୍ସଙ୍କୁ ନିଜର ଟୁର୍ ତାରିଖ ଆଗକୁ ବଢାଇଛନ୍ତି ବୋଲି ଲେଖିଛନ୍ତି। ସେ ଲେଖିଛନ୍ତି, ‘ବିଶ୍ୱାସ ହେଉନାହିଁ କି ମୁଁ ଏହାକୁ କହୁଛି, ମୁଁ ଠିକ୍ ହେବା ପାଇଁ ସବୁକିଛି କଲି କିନ୍ତୁ ମୋ ରୋଗ ମୋ ଅବସ୍ଥା ଖରାପ କରିବାରେ ଲାଗିଛି। ’
View this post on Instagram
ଜଷ୍ଟିନ ବିବର ଏବେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ଟୁର୍ର ତାରିଖ ଆଗକୁ ବଢାଇଛନ୍ତି ବୋଲି କହିଛନ୍ତି। ଏହାସହିତ ଜଷ୍ଟିନଙ୍କ ରୋଗ ବିୟରେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆ ସାହାଯ୍ୟରେ ହିଁ ଜଣାପଡିଥିଲା।
View this post on Instagram
ଏହା ପ୍ରଥମ ନୁହେଁ ତୃତୀୟ ଥର ପାଇଁ ଜଷ୍ଟିନଙ୍କ ଟୁରକୁ ସ୍ଥଗିତ କରାଯାଇଛି। ଗତଥର କୋଭିଡ-୧୯ ମହାମାରୀ ଯୋଗୁଁ ମଧ୍ୟ ପ୍ରୋଗ୍ରାମ ରଦ୍ଦ ହୋଇଥିଲା।