ସର୍ଦ୍ଦାର ହୋଇ ପତ୍ନୀଙ୍କ ସହିତ ଭାଙ୍ଗଡା କଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ଭାରତୀୟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟରୁ ବ୍ରେକ ନେଇ ପରିବାର ସହିତ ଛୁଟି କଟାଉଛନ୍ତି। କୋହଲି ପତ୍ନୀ ଅନୁଷ୍ମା ଏବଂ ଝିଅ ଭାମିକା ସହିତ ମାଲଦ୍ୱୀପ ଯାଇଛନ୍ତି। ଏହାସହିତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ମଧ୍ୟ ରହିଛନ୍ତି।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି କୋହଲି । ଏହି ଭିଡିଓରେ ସେ ସର୍ଦ୍ଦାର ରୂପରେ ନଜର ଆସିଛନ୍ତି । ସମ୍ପୂର୍ଣ୍ଣ ଭିଡିଓରେ ବିରାଟ କିଛି ନା କିଛି ପରିବର୍ତ୍ତନ କରୁଥିବାର ନଜର ଆସିଛନ୍ତି । ପତ୍ନୀ ଅନୁଷ୍କାଙ୍କ ସହ କଫି ପିଇବା ସହିତ ଭାଙ୍ଗଡା କରୁଥିବାର ନଜର ଆସିଛନ୍ତି ବିରାଟ କୋହଲି । ଅନୁଷ୍କାଙ୍କୁ ଟ୍ୟାଗ କରି ଏହି ଭିଡିଓ ସେୟାର କରିବା ସହିତ ପୋଷ୍ଟରେ “କିଛି ସ୍ମରଣୀୟ ମୁହୂର୍ତ୍ତ’ ବୋଲି ସେ ଲେଖିଛନ୍ତି । ଏହି ଭିଡିଓକୁ ଅନେକ ୟୁଜର ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ରିଆକ୍ସନ ଏବଂ କମେଣ୍ଟ ଦେଇଛନ୍ତି। ଆଇପିଏଲ ଶେଷ ହେବା ପରେ ପରବର୍ତ୍ତୀ ମ୍ୟାଚ ଭାବେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଦଳର ସଦସ୍ୟ ହୋଇଛନ୍ତି ।
View this post on Instagram
ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ବିରାଟ ସରଦାର ଗେଟଅପ୍ରେ ନଜର ଆସିଛନ୍ତି। ଚଳିତବର୍ଷ ଫେବୃଆରୀରେ କିଛି ଫଟୋ ଭାଇରଲ ହୋଇଥିଲା, ଯେଉଁଥିରେ ବିରାଟଙ୍କ ଲୁକ୍କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ବିରାଟ ସେଥିରେ ମଧ୍ୟ ସର୍ଦ୍ଦାର ଲୁକରେ ନଜର ଆସିଥିଲେ। ଆଉ ଫୋନରେ କାହା ସହିତ ବହୁତ ବ୍ୟସ୍ତ ହୋଇ କଥା ହେଉଥିଲେ।
View this post on Instagram
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ବିଶ୍ରାମ ନେଇଛନ୍ତି । ତେଣୁ ଏହି ଛୁଟି ସମୟକୁ ପରିବାର ସହିତ ମାଳଦୀବରେ ଉପଭୋଗ କରୁଛନ୍ତି କିଙ୍ଗ କୋହଲି । ତାଙ୍କ ବ୍ୟତୀତ ରୋହିତ ଶର୍ମା, ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ବିଶ୍ରାମ ନେଇଛନ୍ତି ।