‘କଚା ବାଦାମ’ ସିଙ୍ଗର ଭୁବନ ବାଦାୟକରଙ୍କୁ ମିଳିଲା ୩ ଲକ୍ଷ ଟଙ୍କା

ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ନୂଆ ପ୍ଲାଟଫର୍ମ ହୋଇଛି ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ। ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ସେତିକି ଟ୍ୟାଲେଣ୍ଟ ଅଛି ଓ ସେ ଦର୍ଶକଙ୍କୁ ସେତିକି ପରିମାଣରେ ମନୋରଂଜନ ଯୋଗାଉଛନ୍ତି ତେବେ ରାତା ରାତି ହୋଇଯାଉଛନ୍ତି ସୋସିଆଲ ମିଡିଆ ସେନ୍ସେଶନ। ଏହାର ସବୁଠୁ ବଡ଼ ଉଦାହରଣ ହେଉଛନ୍ତି କଚା ବାଦାମ ଗୀତ ଗାଇ ଫେମସ ସିଙ୍ଗର ଭୁବନ ବାଦାୟକର। ଏହି ଗୀତ ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଛି ଯେ ଅନେକ ଲୋକ ଏହି ଗୀତରେ
ଭିଡିଓ ତିଆରି କରୁଛନ୍ତି।

kacha
Picture Credit-Hindustan times

ତେବେ ଏହି ଗୀତ ଗାଇଥିବା ଭୁବନ ବାଦାୟକରଙ୍କୁ ମିଳିଛି ଟଙ୍କା। ଗୋଡହୁଲିବେଲା ମ୍ୟୁଜିକ୍ ହାଉସ ତାଙ୍କୁ ୩ ଲକ୍ଷ ଟଙ୍କା ଦେଇଛି। ଯିଏକି ଏହାର ରିମିକ୍ସ ଭର୍ସନ ତିଆରି କରିଥିଲା। ତେବେଗୀତ ଗାଇଥିବା ଭୁବନ ବାଦାୟକର ହେଉଛନ୍ତି ପଶ୍ଚିମବଙ୍ଗର ବିରବୁମରୁ ଜଣେ ଗରିବ ବାଦାମ ବିକ୍ରେତା। ତେବେ ତାଙ୍କୁ ସୁଯୋଗ ମିଳିଲେ ସେ ଆଗକୁ ମଧ୍ୟ ଅନେକ ଗୀତ ଗାଇବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.