Below header

୨୦୨୨ ରେ ରିଲିଜ୍ ହେବାକୁ ଯାଉଛି ୬ଟି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର

ବର୍ତ୍ତମାନ କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଅଟକି ରହିଥିବା ବଲିଉଡ଼ ଫିଲ୍ମ ସବୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ନିର୍ମାତାମାନେ କହିଛନ୍ତି। ତେବେ ଏହି ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ର।

ସେହି ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ସାହିଦ କପୁରଙ୍କ ‘ଜର୍ସି’ ଯାହା ଗତ ବର୍ଷ ଶେଷରେ ରିଲିଜ ହେବାକୁ ଥିଲା କିନ୍ତୁ କୋଭିଡ୍ ପାଇଁ ହୋଇପାରିନଥିଲା।
ରଣଭୀର ସିଂଙ୍କ 83 ସହିତ ରହିଛି ଅନେକ ଫିଲ୍ମ । କିନ୍ତୁ ବର୍ତ୍ତମାନ, ଓମିକ୍ରନ୍ କମିବା ପରେ ବହୁ ପ୍ରତୀକ୍ଷିତ ବଲିଉଡ ଚଳଚ୍ଚିତ୍ରଗୁଡ଼ିକର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି।
ଜର୍ସି:
ସହିଦ କପୁରଙ୍କ ଏହି ଫିଲ୍ମ ୨୦୨୧ ମସିହା ଶେଷରେ ରିଲିଜ୍ ହୋଇଥାନ୍ତା।କିନ୍ତୁ ଏହା ବର୍ତ୍ତମାନ ୧୪ ଏପ୍ରିଲରେ ମୁକ୍ତିଲାଭ କରିବ। ସାହିଦ ଏବଂ ତାଙ୍କ ଟିମ୍ ଦୀର୍ଘ ଦିନ ଧରି ଯୋଜନା କରୁଥିଲେ ଏହି ଚଳଚ୍ଚିତ୍ରଟି କେଜିଏଫ୍ ୨ ସହିତ ମୁକ୍ତିଲାଭ କରିବ ବୋଲି।

ଭେଡିଆ:
ଭେଡିଆ ହେଉଛି ବରୁନ ଧବନଙ୍କ ଏକ କମେଡି ଓ ହରର ଫିଲ୍ମ। ଯାହାକି ଏପ୍ରିଲ୍ ୧୪ ରେ ଥିଏଟରରେ ରିଲିଜ୍ ହେବ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ। ଚଳଚ୍ଚିତ୍ରର ଭିଡିଓ ଏବଂ ଟିଜରରେ ଅଭିନେତା ବରୁଣ ଧାୱନ ଭାଲୁ ପରି ଗର୍ଜନ କରୁଥିବା ଦେଖିବାକୁ ମିଳିଛି।

ବଚ୍ଚନ ପାଣ୍ଡେ:
ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ମାର୍ଚ୍ଚ ୧୮ ରେ ରିଲିଜ୍ ହେବା ନେଇ
ଘୋଷଣା କରାଯାଇଛି। ତେବେ ଏହି ଫିଲ୍ମର ଟ୍ରେଲର ଫେବୃଆରୀ ୧୮ରେ ମୁକ୍ତିଲାଭ କରିଥିଲା। ଟ୍ରେଲର ରିଲିଜ ହେବା ପରେ ଲୋକଙ୍କର ବିଭିନ୍ନ ପ୍ରକାର ରିଆକ୍ସନ ଦେଖିବାକୁ ମିଳିଛି। ଏହି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିବ ବୋଲି ଦର୍ଶକେ କହୁଛନ୍ତି। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଅର୍ସଦ ଓ୍ଵାରସୀ, କୃତି ସାନନ ମଧ୍ୟପ୍ରମୁଖ ଭୂମିକାରେ ନଜର ଆସିବେ।
ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ପୋଷ୍ଟରରେ ଅକ୍ଷୟ କୁମାର ଏକ କଳା ରଙ୍ଗର ଲୁଙ୍ଗି ପିନ୍ଧିଥିବା ବେଳେ ମୁଣ୍ଡରେ ତିଳକ ଲଗାଇଥିବା ଦେଖିବାକୁ ମିଳିଛି। ଫିଲ୍ମ ବଚ୍ଚନ ପାଣ୍ଡେ ସାଉଥ ଫିଲ୍ମ ‘ବୀରମ’ ର ରିମେକ୍‌ ଭାବେ ନିର୍ମାଣ ହୋଇଛି। ଠିକ୍ ଗୋଟିଏ ମାସ ପରେ ମାର୍ଚ୍ଚରେ ହିଁ ତାଙ୍କ ଫିଲ୍ମ ରିଲିଜ୍ ହେବ।

ଲାଲ ସିଂ ଚଡ୍ଡ଼ା:
ଅମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଡ୍ଡ଼ା ଅପ୍ରେଲ ୧୪ ରେ ରିଲିଜ୍ ହେବାର ଥିଲା କିନ୍ତୁ ଏହି ଫିଲ୍ମ ବର୍ତ୍ତମାନ ରିଲିଜ୍ ହେବ ଅଗଷ୍ଟ ୧୧ ରେ। ତେବେ ଏହା ମଧ୍ୟ ଏକ ରିମିକ ଫିଲ୍ମ। ଏଥିରେ ଅମିର ଖାନଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ତେବେ ତାଙ୍କ ସହ ହିରୋଇନ୍ ଅଛନ୍ତି କରିନା କପୁର।

ଏହା ପରେ ଆସୁଛି ଭୁଲ ଭୁଲେୟା ୨:
ଅକ୍ଷୟ କୁମାରଙ୍କ ଫେମସ ଚଳଚ୍ଚିତ୍ର ଭୁଲ ଭୁଲେୟା ପରେ ଏବେ ଏହାର ପାର୍ଟ୍ ୨ ଭୁଲ ଭୁଲେୟା ୨ ରିଲିଜ୍ ହେବା ପାଇଁ ରେଡ଼ି ଅଛି। ଏହି ଫିଲ୍ମରେ ଅଭିନୟ କରିଛନ୍ତି କାର୍ତ୍ତିକ ଆର୍ଯ୍ୟାନ୍,କିଆରା ଆଡଭାନୀ ଓ ତବୁ। ଏହି ଫିଲ୍ମ ରିଲିଜ୍ ହେବ ମେ ମାସ ୨୦ ତାରିଖରେ।

ଧାକଡ: କଙ୍ଗନା ରଣାୱାତଙ୍କ ଆଗମୀ ଫିଲ୍ମ ମଧ୍ୟ ଆସନ୍ତା ଏପ୍ରିଲ୍ ୮ରେ ରିଲିଜ୍ ହେବା ପାଇଁ ରେଡ଼ି। ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ମହିଳା ନେତୃତ୍ୱାଧୀନ ଆକ୍ସନ୍-ଥ୍ରୀଲର ଚଳଚ୍ଚିତ୍ରର ପୋଷ୍ଟର ସେୟାର କରିଛନ୍ତି। ତେବେ ଏହି ଫିଲ୍ମରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ଅଭିନୟ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.