ଶୀତଦିନେ ଜାଣନ୍ତୁ ସୁଣ୍ଠିର ଏହିସବୁ ଫାଇଦା ସମ୍ପର୍କରେ

ଶୀତଦିନେ ପ୍ରଥମେ ଆମକୁ ଇମ୍ୟୁନିଟି ପ୍ରତି ବିଶେଷ ଯତ୍ନବାନ ହେବାକୁ ପଡ଼ିଥାଏ।। କାରଣ ରୋଗ ପ୍ରତିରୋଧକ ଶକ୍ତି ଅଭାବ ହେଲେ ଅଧାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଶୀତଦିନେ ଥଣ୍ଡା ପବନ ବହୁଥିବା କାରଣରୁ କାଶ, କଫ, ଜ୍ୱର ଆଦି ସମସ୍ୟା ଦେଖା ଦେଇଥାଏ। ଏଭଳି ପରିସ୍ଥିତିରେ ଏହି ପାଗରେ ସୁଣ୍ଠି ପାଣି ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଆସନ୍ତୁ ଜାଣିବା ସୁଣ୍ଠି ପାଣିର ଫାଇଦା ଏବଂ ଏହାକୁ କିପରି ପ୍ରସ୍ତୁତ କରା ଯାଇଥାଏ।

ଶୁଖିଲା ଅଦା ବା ସୁଣ୍ଠିର ବ୍ଯବହାର ଅନେକ ପ୍ରକାର ଘରୋଇ ଔଷଧ ଏବଂ ଖାଦ୍ଯର ସ୍ବାଦ ବଢାଇବା ପାଇଁ ବ୍ଯବହାର କରାଯାଇଥାଏ। ଶୀତ ଦିନେ ମଧ୍ଯ ଆପଣ ସୁଣ୍ଠିର ବ୍ଯବହାର କରି ବିଭିନ୍ନ ସମସ୍ଯାରୁ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କେଉଁ କେଉଁ କାମରେ ଆପଣ ସୁଣ୍ଠି ବ୍ଯବହାର କରିପାରିବେ।

-ସୁଣ୍ଠି, ହେଙ୍ଗୁ ଏବଂ ଲୁଣ ମିଶାଇ ଖାଇବା ଦ୍ବାରା ଗ୍ଯାସ ସମସ୍ଯା ଦୂର ହୋଇଥାଏ।

-ଏହା ଝାଳ ବାହାର କରିବାରେ ସାହାଯ୍ଯ କରିଥାଏ, ଯାହାଦ୍ବାରା ଶରୀରର ତାପମାନ କମ ହେବା ସହ ବିଷ ପଦାର୍ଥକୁ ବାହାର କରିବାରେ ସାହାଯ୍ଯ କରିଥାଏ।

dry ginger
photo: navbharat times

-ମୁଣ୍ଡବିନ୍ଧା, ମାଇଗ୍ରେନ୍, ଗର୍ଦନ ଏବଂ ଶରୀରର ଯନ୍ତ୍ରଣା ହେବା ଦ୍ବାରା ସୁଖିଲା ଅଦା ଏବଂ ପାଣିର ଲେପ ଲଗାଇବା ଦ୍ବାରା ଆରାମ ମିଳିଥାଏ। ଏହାକୁ ସୁଘିଂବା ଦ୍ବାରା ଛିକ ହେବା ପରେ ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ।

-ଅଦାରେ ଥିବା ଥର୍ମୋଜେନିକ ଏଜେଟ ନାମକ ତତ୍ତ୍ବ ମୋଟାପଣ ଦୂର କରିବାରେ ସାହାଯ୍ଯ କରିଥାଏ।

-ଗର୍ଭବତୀ ମହିଳାମାନଙ୍କ ପାଇଁ ସୁଣ୍ଠି ମଧ୍ଯ ଖୁବ୍ ଲାଭକାରୀ।

-ସୁଣ୍ଠିରେ କ୍ଯାନ୍ସରରୋଧୀ ଗୁଣ ରହିଥାଏ, ଯାହା କ୍ଯାନ୍ସର କୋଷିକା ଗୁଡିକ ବଢିବାରେ ବାଧା ଦେଇଥାଏ। ଏହାବ୍ଯତୀତ ଗର୍ଭାଶୟ କ୍ଯାନ୍ସର ସମସ୍ଯାକୁ କମ କରିବାରେ ସାହାଯ୍ଯ କରିଥାଏ ସୁଣ୍ଠି ।

dry
pc:fashionLady

-ସୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ। ଏହାବ୍ଯତୀତ ଉଷୁମ ପାଣିରେ ମହୁ ଏବଂ ଅଦା ପାଉଡର ପିଇବା ଦ୍ବାରା ଲାଭ ମିଳିଥାଏ।

-ସୁଣ୍ଠି ପାଚନ କ୍ରିୟା ଉତ୍ତମ କରିବା ସହ ଓଜନ କମ କରିବାରେ ସାହାଯ୍ଯ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.