ଗୌତମଙ୍କ ନାମରେ ହାତରେ ମେହେନ୍ଦି ଲଗାଇଲେ କାଜଲ ଅଗ୍ରଓ୍ଵାଲ, କାଲି ବାଜିବ ଶେହେନାଇ, ଫଟୋ ଭାଇରଲ

ସାଉଥ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଅକ୍ଟୋବର ୩୦ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ନେହାଙ୍କ ପରେ ଏବେ କାଜଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ହାତରେ ଲାଗି ସାରିଲାଣି ମେହେନ୍ଦି। କାଜଲଙ୍କ ଘରେ ବାହାଘର ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ ମଧ୍ୟ ଆରମ୍ଭ ହୋଇଯାଇଛି।

ବିବାହର ଗୋଟିଏ ଦିନ ପୂର୍ବରୁ କାଜଲଙ୍କ ମେହେନ୍ଦି ଓ ହଳଦ କାର୍ଯ୍ୟକ୍ରମ ଶେଷ ହୋଇଛି। ଯାହାର ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରଲ ହେଉଛି। ହାତରେ ମେହେନ୍ଦି ଲାଗି ଫଟୋକୁ କାଜଲ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

 

View this post on Instagram

 

💙

A post shared by Kajal Aggarwal (@kajalaggarwalofficial) on

ଫଟୋରେ କାଜଲଙ୍କ ହାତରେ ଲାଗିଥିବା ମେହେନ୍ଦିର ରଙ୍ଗ ଗାଢ ନଜର ଆସୁଛି। କାଜଲ ମଧ୍ୟ ବହୁତ ଖୁସି ଏବଂ ଉତ୍ସାହିତ ଦେଖାଯାଉଛନ୍ତି। ଫଟୋରେ କାଜଲ ଗ୍ରୀନ ରଙ୍ଗର ପ୍ରିଣ୍ଟେଡ ସୁଟ୍‌ ପିନ୍ଧିଛନ୍ତି। କାଜଲଙ୍କ ଏହିସବୁ ଫଟୋ ଦେଖି ଫ୍ୟାନ ମଧ୍ୟ ଖୁବ ପସନ୍ଦ କରିବା ସହିତ ବିବାହକୁ ନେଇ ଶୁଭକାମନା ଦେଇଛନ୍ତି।

 

View this post on Instagram

 

💙

A post shared by Kajal Aggarwal (@kajalaggarwalofficial) on

କାଜଲଙ୍କ ବିବାହ ମୁମ୍ବାଇରେ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ କେବଳ ପରିବାର ଲୋକ ସାମିଲ ହୋଇପାରନ୍ତି। ସୂଚନା ମୁତାବକ, ଗୌତମ ମୁମ୍ବାଇର ଜଣେ ଜଣାଶୁଣା ବିଜନେସ। ସେ ଇଣ୍ଟରିଅର ଡିଜାଇନ ଇ-କର୍ମସ ପ୍ଲାଟଫର୍ମ Discern Living ର ମାଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.