iPhone 12 ବ୍ୟବହାର କରୁଛନ୍ତି କି? ସାବଧାନ କଟିପାରେ ଆପଣଙ୍କ ହାତ

iPhone ବ୍ୟବହାର କରିବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି କିନ୍ତୁ ଏହି iPhone ଆପଣଙ୍କୁ ଆଘାତ ମଧ୍ୟ ଦେଇପାରେ। ତେବେ iPhone 12ର କୋଣ ଗୁଡିକ ଖୁବ ଧାରୁଆ ରହିଛି ଯାହା ଆପଣଙ୍କ ଆଙ୍ଗୁଠିକୁ ଆଘାତ ଦେଇପାରେ ବୋଲି କିଛି iPhone 12 ୟୁର୍ଜସ ଅଭିଯୋଗ କରିଛନ୍ତି। ଚୀନର କିଛି ଉପଭୋକ୍ତା ନିଜ କ୍ଷତ ଆଙ୍ଗୁଠି ଓ ହାତର ଫଟୋ ପୋଷ୍ଟ କରି ଏହି ଏହା ସେହି ଫୋନ ଦ୍ୱାରା ହୋଇଛି ବୋଲି ଦାବି କରିଛନ୍ତି। ନୂଆ ଭାବରେ ଲଞ୍ଚ ହୋଇଥିବା iPhone 12 ଏହାର ପ୍ରଥମ ସପ୍ତାହରେ ଆମେରିକା, ଚୀନ ଏବଂ ଅନ୍ୟ କିଛି ଦେଶରେ ବିକ୍ରି କରାଯାଇଥିଲା।

Gizchina ଦ୍ୱାରା ପ୍ରକାଶିତ ଏକ ରିର୍ପୋଟ ଅନୁଯାୟୀ iPhone 12 ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ହାତକୁ ଏହାର ଧାରୁଆ କୋଣ ଆହତ କରିଛି। ଜଣେ ଉପଭୋକ୍ତା ରକ୍ତ ଜୁଡୁବୁଡୁ ଆଙ୍ଗୁଠିର ଫଟୋ ପୋଷ୍ଟ କରିଥିବା ବେଳେ ଅନ୍ୟ ଜଣେ ଆଙ୍ଗୁଠିରେ ଗଭୀର ଦାଗ ଥିବାର ଫଟୋ ପୋଷ୍ଟ କରିଛନ୍ତି। ଏହି ଅଭିଯୋଗ ପରେ କିଛି ଲୋକ ତାଙ୍କ ସହ ସହମତ ଥିବା ବେଳେ ଆଉ କିଛି ଲୋକ ଏହାକୁ ମିଛ କହି ପୋଷ୍ଟକୁ ଏଡାଇ ଦେଇଥିଲେ।

finger

Apple କମ୍ପାନୀ iPhone 12 ଏବଂ iPhone 12 ମିନିର କୋଣକୁ ଆଲୁମିନିୟମରେ ପ୍ରସ୍ତୁତ କରିଛି।ସେହିପରି iPhone 12 pro ଏବଂ pro maxର କୋଣକୁ ସ୍ଟାନଲେସ ଷ୍ଟିଲରେ ତିଆରି କରାଯାଇଛି।ଯଦିଓ ଏହି ଅଭିଯୋଗର କୌଣିସି ସଠିକ୍‌ ପ୍ରମାଣ ମିଳି ନାହିଁ ତଥାପି ଏହାକୁ ବ୍ୟବହାର କରିବା ସମୟରେ ସିଲିକନ କିମ୍ବା ଅନ୍ୟ କୌଣସି କଭର ଉପଯୋଗ କରିବା ପାଇଁ ପରାର୍ମଶ ଦିଆଯାଉଛି।

Apple iPhone 12 ଏବଂ iPhone 12 Pro ର ବିକ୍ରି ଭାରତରେ ଅକ୍ଟୋବର ୩୦ ତାରିଖ ଠାରୁ ଆରମ୍ଭ ହେବ। iPhone 12 ର ଦାମ୍‌ 79,900 ଟଙ୍କା ଥିବାବେଳେ 64GB ର‍୍ୟାମ୍‌ର ଦାମ୍‌ 84,900 ଟଙ୍କା ଏବଂ 128GB ଓ 256GB ଦାମ୍‌ 94,900 ଟଙ୍କା ରହିଛି। ସେହିପରି iPhone 12 Pro ର128 Gb ରାମ୍‌ର ଆରମ୍ଭ ମୂଲ୍ୟ 1,19,990 ଟଙ୍କା, 256GB ରାମ୍‌ର ଦାମ୍‌ 1,29,990 ଟଙ୍କା ଏବଂ 512GB ରାମ୍‌ର ଦାମ୍‌ 1,49,990 ଟଙ୍କା ରହିଛି। ଉଭୟ ଫୋନ୍‌ ଆପଲ ରିଟେଲ ଷ୍ଟୋର ଏବଂ ଆପଲ ଅନଲାଇନ ଷ୍ଟୋରରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.