ଟେରେନ୍ସ ଲୁଇସଙ୍କ ସହିତ ବଲିଉଡ ଗୀତରେ ଠୁମକା ଲଗାଇଲେ ନୋରା, ଭିଡିଓ ହେଲା ଭାଇରଲ

ଟେରେନ୍ସ ଲୁଇସ ଏବଂ ନୋରା ଫତେହିଙ୍କ ଯୋଡି ଦର୍ଶକ ଖୁବ ପସନ୍ଦ କରିଥାନ୍ତି। ଉଭୟ ମିଶି ଷ୍ଟେଜରେ ଆସିଲେ ଫ୍ୟାନ୍‌ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ ଦେଖାଯାଇଥାଏ। ନିକଟରେ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର ରିଆଲିଟି ସୋର ଏକ ଏପିସୋଡରେ ପୁଣି ଥରେ ଏହି ଯୋଡିର ଏକ ଖାସ ଝଲକ ଦେଖିବାକୁ ମିଳିଛି।

ଡ୍ୟାନ୍ସ ରିଆଲଟି ସୋ ଏପିସୋଡର ଏକ ଭିଡିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଟେରେନ୍ସ ଓ ନୋରା ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଡ୍ୟାନ୍ସଟି ବଲିଉଡ ଗୀତ ହାମ ଆପକେ ହେଁ କୋନରୁ ଆରମ୍ଭ ହୋଇ ପେହଲା ପେହଲା ପ୍ୟାର ଗୀତରେ ଶେଷ ହୋଇଛି। ସୋର ସହ-ଜର୍ଜ ଜୀତା କପୁର ସହିତ ଦର୍ଶକ ମଧ୍ୟ ଉଭୟଙ୍କୁ ଚିୟର କରୁଥିବାର ନଜର ଆସିଛି।ହ୍ଵାଇଟ କଲର ଆଉଟଫିଟରେ ଷ୍ଟନିଙ୍ଗ ଦେଖାଯାଉଥିବା ନୋରା ବ୍ଲସ କରିବା ବନ୍ଦ କରୁନଥିଲେ।

nora

କିଛି ସପ୍ତାହ ପୁର୍ବେ ମଲାଇକା ଅରୋରା କୋଭିଡ-୧୯ ସଂକ୍ରମଣରେ ଆସିଥିବା ବେଳେ ତାଙ୍କ ସ୍ଥାନରେ ନୋରା ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସରରେ ଆସିଥିଲେ। ତେବେ ଏହି ସପ୍ତାହରେ ନିଜ ପସନ୍ଦର ପ୍ରତିଯୋଗୀକୁ ଚିଅର କରିବା ପାଇଁ ସେ ଅତିଥି ରୂପରେ ଏଠାକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.