କଙ୍ଗନା ରାଣାୱତ ବିକିନି ପିନ୍ଧି ସମୁଦ୍ର କୂଳରେ ଦେଲେ ହଟ ପୋଜ, ସୋସିଆଲ ମିଡ଼ିଆରେ ସେୟାର କଲେ ବୋଲ୍ଡ ଫଟୋ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ବୋଲ୍ଡ ଷ୍ଟେଟମେଣ୍ଟ ଏବଂ ବୋଲ୍ଡ ଅନ୍ଦାଜ ପାଇଁ ଜଣାଯାଇଥାନ୍ତି। ଗତ କିଛି ମାସ ହେବ ସେ ନିଜ ବୟାନ ଯୋଗୁ କିଛି ଲୋକଙ୍କର ଟାର୍ଗେଟ ବନିଯାଇଛନ୍ତି। ତାଙ୍କର ବିବାଦୀୟ ବୟାନ ଯୋଗୁ ହିଁ ତାଙ୍କ ବିରୋଧରେ କେତେକ ମାମଲା ରୁଜୁ ହୋଇଛି। କିନ୍ତୁ କଙ୍ଗନା ଏବେ ଏ ସବୁ ବିବାଦ ଠୁ ଦୂରେଇ ସୋସିଆଲ ମିଡ଼ିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିକିନି ପିନ୍ଧିଥିବାର ନଜର ଆସୁଛନ୍ତି।
କଙ୍ଗନାଙ୍କ ଏହି ଲୁକ ତାଙ୍କର ସବୁ ଫ୍ୟାନଙ୍କୁ ବହୁତ ପସନ୍ଦ ଆସିଛି। ବାସ୍ତବରେ କଙ୍ଗନାଙ୍କ ଏହି ଫଟୋ ପୁରୁଣା। ଯେତେବେଳେ ସେ ମେକ୍ସିକୋର ଏକ ଆଇଲାଣ୍ଡରେ ପହଞ୍ଚିଥିଲେ, ସେତେବେଳେ ସେ ଏହି ଫଟୋ ଉଠାଇଥିଲେ। ଏହାକୁ ସେ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସମୁଦ୍ର କୂଳରେ ବିକିନି ଅବତାରରେ କଙ୍ଗନାଙ୍କ ଏହି ଲୁକ ଫ୍ୟାନମାନଙ୍କ ଦୃଷ୍ଟି ଆକର୍ଷଣ କରିଛି।
View this post on Instagram
ତେବେ ଫଟୋ ସେୟାର କରି ଅଭିନେତ୍ରୀ ଜଣକ ଲେଖିଛନ୍ତି, ‘ଏହି ଜାଗା ତାଙ୍କ ଜୀବନର ସବୁଠୁ ସୁନ୍ଦର ଜାଗା ମଧ୍ୟରୁ ଗୋଟିଏ, ଯେଉଁଠାକୁ ସେ ବୁଲିବାକୁ ଯାଇଥିଲେ। ମେକ୍ସିକୋ ଏକ ସୁନ୍ଦର ଜାଗା। ଏହା ମେକ୍ସିକୋର ଛୋଟ ଆଇଲାଣ୍ଡ ତୁଲୁମ’। କଙ୍ଗନାଙ୍କ ଏହି ଫଟୋ ଦେଖିବା ପରେ ଫ୍ୟାନମାନେ ତାଙ୍କୁ ବିଭିନ୍ନ ପ୍ରେମଭରା ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।