Below header

କପିଲ ଶର୍ମାଙ୍କ ବଡ଼ ଖୁଲାସା, ନିଜ ବିବାହରେ ଡାକି ରଣବୀର ସିଂହ କରିଥିଲେ ‘ଅପମାନିତ’

ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଓ ସିରିୟଲର ସୁଟିଂ ବନ୍ଦ ଥିଲେ ମଧ୍ୟ କଳାକାରମାନେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତେବେ ନିକଟରେ କପିଲ ଶର୍ମା ରଣବୀର ସିଂହଙ୍କୁ ନେଇ କିଛି ଖୁଲାସା କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ କପିଲ ଶର୍ମାଙ୍କ ଶୋ’ର ସୁଟିଂ ବନ୍ଦ ରହିଛି। ଏଣୁ ସିରିୟଲର ପୁରୁଣା ଭିଡିଓକୁ ସେ ସୋସିଆଲ ମିଡିଆରେ ପ୍ରାୟତଃ ସେୟାର କରୁଛନ୍ତି। ନିକଟରେ ଏକ ଭିଡିଓରେ କପିଲ ରଣବୀର ସିଂହଙ୍କ ସହ ଏକ ଏପିସୋଡ୍‌ର ଭିଡିଓ ସେୟାର କରିଛନ୍ତି।

When Kapil Sharma said Ranveer Singh 'humiliated' him at wedding ...

ଭିଡିଓରେ କପିଲ ଶର୍ମା ଦୀପିକାଙ୍କୁ କହୁଛନ୍ତି ଯେ ରଣବୀର ସିଂହ ନିଜ ବିବାହରେ ତାଙ୍କୁ ଖୁବ୍‌ ଅପମାନିତ କରିଥିଲେ। ବିବାହରେ ତାଙ୍କୁ ଡାକି ରଣବୀର କହିଥିଲେ ‘ଦେଖ ମୁଁ ଦୀପିକାକୁ ନେଇଗଲି। ଏମିତି କିଏ ଅପମାନିତ କରେ’। କପିଲଙ୍କର ଏହି କଥା ଶୁଣିବା ପରେ ଦୀପିକା ଜୋରରେ ହସି ‘ଏହା ସତ କି’ ବୋଲି କହିଛନ୍ତି। ଦୀପିକାଙ୍କର ଏହି ଥ୍ରୋ ବ୍ୟାକ୍‌ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ମାନେ ମଧ୍ୟ ଏଥିରେ ନିଜ ମତ ଦେଉଥିବା ଦେଖାଯାଇଛି।

ନିକଟରେ କପିଲ ଶର୍ମା ଗାୟିକା ନେହା କକ୍କରଙ୍କ ସହ ଏକ ପୁରୁଣା ଫଟୋ ସେୟାର କରିଥିଲେ। ସେ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜର ଓ ନେହା କକ୍କରଙ୍କ ଫଟୋ ସେୟାର କରିଥିଲେ। ଫଟୋରେ କପିଲ ଶର୍ମା କମଳା ରଙ୍ଗର ଟି-ସାର୍ଟ ଓ ନେହା ବ୍ଲାକ ଡ୍ରେସ୍‌ ପିନ୍ଧିଥିବା ଦେଖାଯାଇଛି। ଏହି ଫଟୋ ସେୟାର କରି କପିଲ ଏକ ମଜାଳିଆ କ୍ୟାପସ୍‌ନ ବି ଲେଖିଥିଲେ।

 

View this post on Instagram

 

Identify the kids 🙈 #throwback

A post shared by Kapil Sharma (@kapilsharma) on

କପିଲ କ୍ୟାପ୍‌ସନ୍‌ରେ ଲେଖିଥିଲେ ‘ଏହି ଛୁଆକୁ ଚିହ୍ନ’। ଏଥିରେ ନେହା କମେଣ୍ଟ କରି ଲେଖିଥିଲେ‘ ଭାଇ ମୁଁ ଜାଣିଛି ଏହି ଛୁଆକୁ’। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏହି ଫଟୋରେ ନିଜ ମତାମତ ଦେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.