ପୁଣି ସାମ୍ନାକୁ ଆସିଲା ଡାକ୍ତରଙ୍କ ଦାୟିତ୍ୱହୀନତାର ନଗ୍ନ ଚିତ୍ର, କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇ ଚାଲିଗଲେ

ସାରା ଦେଶରେ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମାମଲା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ଡାକ୍ତରମାନେ ବେଶ୍‌ ଦାୟିତ୍ୱର ସହ ରୋଗୀ ସେବା କରୁଛନ୍ତି। କିନ୍ତୁ ଏବେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଦ୍ୱିତୀୟ ଭଗବାନ ଡାକ୍ତର କେତେ ଖାମଖିଆଲ ତାହା ଦର୍ଶାଇଛି।

COVID-19 LIVE | Lockdown extended till May 7 in Telangana, Fresh ...

ଘଟଣାଟି ଗୁଜରାଟର ମୋରବୀ ଜିଲ୍ଲାର। ଏଠାରେ ଥିବା ବାଙ୍କାନେରର ଏକ ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ମହିଳାଙ୍କୁ କୋଭିଡ-୧୯ ଓ୍ଵାର୍ଡରେ ରଖାଯାଇଥିଲା। ମାତ୍ର ରାତିରେ ମହିଳାଙ୍କୁ ଏକୁଟିଆ ଛାଡ଼ି ମେଡିକାଲ କର୍ମଚାରୀ ଘରକୁ ପଳାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କୁ ଯେଉଁ ବୋର୍ଡରେ ବନ୍ଦ କରାଯାଇଥିଲା ସେଥିରେ ଏକ କୁକୁର ବି ରହିଥିଲା। ଏହି ଘଟଣାର ଫଟୋ ଏବେ ସାମ୍ନାକୁ ଆସିଛି। ମହିଳା ମେଡିକାଲରୁ ଡିସଚାର୍ଜ ହେବା ପରେ ଏନେଇ ଖୁଲାସା କରିଥିଲେ।

COVID-19 LIVE | Lockdown extended till May 7 in Telangana, Fresh ...

ରିପୋର୍ଟ ମୁତାବକ, ୧୦ ଦିନ ପୂର୍ବରୁ ମହିଳାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜୁଲାଇ ୭ରେ ମହିଳାଙ୍କୁ ମେଡିକାଲ କର୍ମଚାରୀ ଏକ କୁକୁର ସହ ଭିତରେ ତାଲା ପକାଇ ଚାଲିଯାଇଥିଲେ। ତେବେ ମହିଳା ଜଣକ ଡିସ୍‌ଚାର୍ଜ ହେବା ପରେ ଏନେଇ ସୂଚନା ଦେଇଥିଲେ। ମାତ୍ର ଏବେ ଯାଏଁ ଏହି ମାମଲାରେ କୌଣସି ଅଧିକାରୀଙ୍କ ବୟାନ ସାମ୍ନାକୁ ଆସିନାହିଁ। ମହିଳା ଭିତରେ ରହି ଚିଲ୍ଲାଇ ଥିଲେ ମଧ୍ୟ କେହି ଶୁଣିନଥିବା ସେ ବାହାରକୁ ଆସିବା ପରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.