Below header

ଆମ ଦେଶର ନାମ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନ, ଏପରି ଉତ୍ତର ଦେଲେ ଏହି ଜଣାଶୁଣା ପ୍ରଯୋଜକଙ୍କ ସନ୍ତାନ

କରନ ଜୋହର ଏବେ ଲକଡାଉନରେ ରହି ନିଜର ଦୁଇ ସନ୍ତାନ ୟଶ ଓ ରୁହିଙ୍କ ସହ ସମୟ ବିତାଉଛନ୍ତି। ସେ ଏମାନଙ୍କ ସହିତ ରହି ବିଭିନ୍ନ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ସେ ନିଜ ପିଲାମାନଙ୍କ ସହ ମଜା କରୁଥିବା ବେଳେ କିଛି ପ୍ରଶ୍ନ ପଚାରୁଥିବାର ଏକ ଭିଡିଓ ଭାଇରାଲ୍ ହେଉଛି। ୟଶଙ୍କୁ ତାଙ୍କର ପୂରା ନାମ ଓ ସେ ରହୁଥିବା ସହରର ନାମ ପଚାରିବା ପରେ କରନ ଠିକ୍ ଉତ୍ତର ପାଉଛନ୍ତି। ମାତ୍ର ଯେବେ କରନ ପଚାରିଲେ, ସେ ଯେଉଁଠି ରହୁଛନ୍ତି ସେ ଦେଶର ନାଁ କ’ଣ? ୟଶ କହୁଛନ୍ତି, ଅମିତାଭ ବଚ୍ଚନ ଓ ଶାହରୁଖ୍ ଖାନ୍। ୟଶଙ୍କର ଏପରି ମଜାଳିଆ ଉତ୍ତର ପ୍ରଶଂସକଙ୍କ ମନ ଜିଣି ନେଇଛି।

 

View this post on Instagram

 

Part quiz! Part school memories! #lockdownwiththejohars ..PS don’t miss his answer about his country! 🙏❤️

A post shared by Karan Johar (@karanjohar) on

ନିକଟରେ କରନଙ୍କ ଏହି ଦୁଇ ପିଲାଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦୁଇଟିଯାକ ପିଲା ରଣବୀର ଏବଂ ସାରାଙ୍କ ଗୀତ ‘ଆଖଁ ମାରେ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ସୂଚନାଯୋଗ୍ୟ, କରନ ଜୋହରଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଫିଲ୍ମର ସୁଟିଂ ଚାଲିଥିବା ବେଳେ ଲକଡାଉନ ଆରମ୍ଭ ହୋଇଗଲ।। ଏହାଛଡା ମଧ୍ୟ ଆଗକୁ ‘ଦୋସ୍ତାନା ୨’ ଏବଂ ତଖତ୍‌’ ଭଳି ଫିଲ୍ମର ସୁଟିଂ ବାକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.