ଇନଷ୍ଟାଗ୍ରାମରେ ଡେବ୍ୟୁ କରି ବେବୋ ପୋଷ୍ଟ କଲେ ପ୍ରଥମ ଫଟୋ, ଫ୍ୟାନ କରୁଛନ୍ତି ଏପରି ପ୍ରଶଂସା

ସବୁବେଳେ ସୋସିଆଲ ପ୍ଲାଟଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଗତକାଲି ଅର୍ଥାତ ମାର୍ଚ୍ଚ ୫ରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି। କରୀନା ଇନଷ୍ଟାରେ ଡେବ୍ୟୁ କରିବା ପରେ  ଏକ ଫଟୋ ସେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାସହିତ କରୀନାଙ୍କ ଫଲୋୟର୍ସ ସଂଖ୍ୟା ବଢିବାରେ ଲାଗିଛି। ଫଟୋଟି ଶେୟାର ହେବାର ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ୟୁଜର ଏହାକୁ ଫଲୋ କରିସାରିଲେଣି। ଫଟୋରେ ସେ କ୍ୟାପଶନ ଲେଖିଛନ୍ତି, ବିଲେଇ ବ୍ୟାଗ୍‌ ବାହାରକୁ ଆସିଛି। ହ୍ୟାଲୋ ଇନ୍‌ଷ୍ଟାଗ୍ରାମ।

karena

ଫଟୋ ଶେୟାର ସମ୍ପର୍କରେ କରୀନା କୁହନ୍ତି, ଏହି ପୋଷ୍ଟ କରିବାରେ ମୋର ଏତେ ଅଭିଜ୍ଞତା ନ ଥିଲା। କିନ୍ତୁ ପରେ ଅନୁଭବ କଲି ଯୁଗ ସହ ତାଳ ଦେଇ ଏହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଏମିତି ଫଟୋଟି ପୋଷ୍ଟ କଲି।ପୂର୍ବରୁ କରୀନାଙ୍କ ନାମରେ ଅନେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଥିବା ପରିଲକ୍ଷିତ ହୋଇଛି। କିନ୍ତୁ ଏଗୁଡିକ ତାଙ୍କର ନଥିଲା। ସୂଚନାଯୋଗ୍ୟ, କରୀନାଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍’ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ରିଲିଜ ହେବ। ଏଥିସହିତ ଅମୀର୍‌ ଖାଁଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ରେ ମଧ୍ୟ ନଜର ଆସିବେ।

Leave A Reply

Your email address will not be published.