ଫିଲ୍ମର ସଫଳତା ପରେ କାଶୀ ବିଶ୍ୱନାଥ ମନ୍ଦିର ପହଞ୍ଚିଲେ କାର୍ତ୍ତିକ ଆର୍ଯ୍ୟନ, ଆଶୀର୍ବାଦ କଲେ କାମନା

ଅନିସ ବାଜମୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଭୁଲ ଭୁଲୈୟା ୨’ ବକ୍ସଅଫିସରେ ବେଶ୍ ଧମାଲ କରିଛି। ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। ଫିଲ୍ମକୁ ସଫଳତା ମିଳିବା ପରେ କାର୍ତ୍ତିକ ଆର୍ଯ୍ୟନ ଖୁସିରେ ଆତ୍ମହରା ହୋଇପଡିଛନ୍ତି। ଦର୍ଶକଙ୍କ ଠାରୁ ମିଳୁଥିବା ଜବରଦସ୍ତ ଭଲପାଇବା ପରେ କାର୍ତ୍ତିକ ଆର୍ଯ୍ୟନ କାଶୀ ବିଶ୍ୱନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି। କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବା ପରେ ଦଶାଶ୍ୱମେଥ ଘାଟରେ ହେବାକୁ ଥିବା ଗଙ୍ଗା ଆଳତୀ ମଧ୍ୟ ଦେଖିଛନ୍ତି।
କାର୍ତ୍ତିକ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସେୟାର କରିଛନ୍ତି। କାର୍ତ୍ତିକଙ୍କ ସହିତ ଫିଲ୍ମ ପ୍ରଡ୍ୟୁସର ଭୂଷଣ କୁମାର ମଧ୍ୟ ନଜର ଆସିଛନ୍ତି। କାର୍ତ୍ତିକ ଆର୍ଯ୍ୟନ ଗଙ୍ଗା ଘାଟ ଠାରୁ ଆରମ୍ଭ କରି କାଶୀ ବିଶ୍ୱନାଥ ଦର୍ଶନ କରିବା ପର୍ଯ୍ୟନ୍ତ ସବୁକିଛି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଗଙ୍ଗା ଆଳତୀ ସମୟରେ ସେଲଫି ନେଇଛନ୍ତି କାର୍ତ୍ତିକ। ଆଉ କ୍ୟାପସନରେ କେବଳ ‘ଆଶୀର୍ବାଦ’ ଲେଖିଛନ୍ତି।
କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲୈୟା ୨’ ବକ୍ସ ଅଫିସରେ ବେଶ୍ ଧମାଲ କରିଛି। ରିଲିଜ ହେବାର ଚାରିଦିନ ପରେ ୬୬.୭୧ କୋଟି ଟଙ୍କା ରୋଜଗାର କରିଛି। ଖୁବଶୀଘ୍ର ୧୦୦ କୋଟି ବ୍ଲକରେ ଫିଲ୍ମଟି ସାମିଲ ହେବାକୁ ଯାଉଛି।
View this post on Instagram
ସୂଚନାଯୋଗ୍ୟ, କାର୍ତ୍ତିକଙ୍କ ସହିତ ଏହି ଫିଲ୍ମରେ କିଆରା ଆଡଭାନୀ, ତବୁ, ରାଜପାଲ ଯାଦବ, ସଂଜୟ ମିଶ୍ରା ପ୍ରମୁଖ ଭୂମିକାରେ ରହିଛନ୍ତି। ଏହି ଫିଲ୍ମ ପରେ କାର୍ତ୍ତିକଙ୍କୁ ଅପକମିଂ ଫିଲ୍ମ ‘ଶେହଜାଦା’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ କ୍ରିତି ସାନନ ପ୍ରମୁଖ ଭୂମିକାରେ ରହିଛି। ଯାହାର ନିର୍ଦ୍ଦେଶନା ରୋହିତ ଧଓ୍ଵନ କରିବେ। ଫିଲ୍ମଟି ଚଳିତବର୍ଷ ନଭେମ୍ବରରେ ରିଲିଜ ହେବ। ଏହାଛଡା କାର୍ତ୍ତିକ ସାଜିଦ ନାଡିୟାଡଓ୍ଵାଲାଙ୍କ ଆଗାମୀ ଫିଲ୍ମ ‘ସତ୍ୟନାରାୟଣ କଥା’ରେ ନଜର ଆସିବେ। ଏଥିରେ ମଧ୍ୟ କାର୍ତ୍ତିକ ଏବଂ କିଆରା ମୁଖ୍ୟ ଭୂମିକାରେ ନଜର ଆସିବେ।
View this post on Instagram