ପୁରୁଷଙ୍କୁ ପ୍ରୋଷ୍ଟେଟ୍ କ୍ୟାନସରରୁ ରକ୍ଷା କରିବ କଖାରୁ ମଞ୍ଜି; ହାର୍ଟକୁ ବି ରଖିଥାଏ ସୁସ୍ଥ…ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

କଖାରୁ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କିନ୍ତୁ କିଛି ଲୋକ କଖାରୁ ଖାଉଥିବା ବେଳେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। ହେଲେ ମନେ ରଖନ୍ତୁ, କଖାରୁ ଭଳି ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ। କହି ରଖୁଛୁ ଯେ କଖାରୁ ମଞ୍ଜିକୁ ପେପିଟସ୍ ମଧ୍ୟ କୁହାଯାଇଥାଏ, ଯାହା ଶରୀର ପାଇଁ ପୁଷ୍ଟିକର ହୋଇଥାଏ। ଏହା ଓମେଗା ୬ ଏବଂ ପ୍ରୋଟିନର ବଢ଼ିଆ ସ୍ରୋତ ହୋଇଥାଏ। ଏଥି ସହିତ ଏଥିରେ ଥିବା ଆଇରନ, ବିଟା-କେରେଟିନ୍ ଏବଂ କ୍ୟାଲସିୟମ୍ ଭଳି ତତ୍ତ୍ୱ ଶରୀରକୁ ବହୁତ ଫାଇଦା ପହଞ୍ଚାଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ, କଖାରୁ ମଞ୍ଜି କିପରି ପୁରୁଷମାନଙ୍କ ସମସ୍ୟାରେ ଲାଭକାରୀ ହୋଇ ପାରିବ।
ଏନର୍ଜି ଲେବଲ ବଢ଼ିଥାଏ: ଆଜିକାଲି କାର୍ଯ୍ୟଭାର ହେତୁ ଲୋକଙ୍କ ଏନର୍ଜି ଲେବଲ କମି ଯାଉଛି। ଏମିତି ସ୍ଥିତିରେ କଖାରୁ ମଞ୍ଜି ଆପଣଙ୍କ ପାଇଁ ରାମବାଣ ପ୍ରମାଣିତ ହୋଇପାରେ। କଖାରୁ ମଞ୍ଜି ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଏବଂ ଏନର୍ଜି ଠିକ୍ ରହିଥାଏ। ଏଥି ସହିତ ଏଥିରେ ମିଳୁଥିବା ଗୁଣ ତଥା ପୋଷକ ତତ୍ତ୍ୱ ପୁରୁଷମାନଙ୍କ ଏନର୍ଜି ବୁଷ୍ଟ୍ କରାଇବାର କାମ କରିଥାଏ। ଏଥିପାଇଁ ପୁରୁଷମାନଙ୍କୁ କଖାରୁ ମଞ୍ଜି ସେବନ କରିବା ବହୁତ ଜରୁରୀ।
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ: କଖାରୁ ମଞ୍ଜି ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଡାଇବେଟିସ୍ କଣ୍ଟ୍ରୋଲରେ ରହିଥାଏ। ଯଦି ଆପଣ ଏହାକୁ ନିଜ ଡାଏଟ୍ରେ ସାମିଲ କରିବେ, ତା’ ହେଲେ ଆପଣଙ୍କୁ କେବେ ବି ଡାଇବେଟିସ୍ ସମସ୍ୟା ରହିବନି।

ପ୍ରୋଷ୍ଟେଟ୍ କ୍ୟାନସରରୁ ରକ୍ଷା: ଆଜିକାଲି ଖାଦ୍ୟପେୟ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ପୁରୁଷମାନଙ୍କ ମଧ୍ୟରେ ପ୍ରୋଷ୍ଟେଟ୍ କ୍ୟାନସରର ସମ୍ଭାବନା ଅଧିକ ବଢ଼ି ଯାଉଛି। ଏଭଳି ସ୍ଥିତିରେ ଆପଣଙ୍କ ପାଇଁ କଖାରୁ ମଞ୍ଜି ବେଶ୍ ଲାଭଦାୟକ ହୋଇପାରେ। ଏଥିରେ ଥିବା ଫାଇବର, ସେଲେନିୟମ୍, ପୋଟାସିୟମ୍, ଫସ୍ଫରସ୍, ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ୍ ଆପଣଙ୍କୁ ପ୍ରୋଷ୍ଟେଟ୍ କ୍ୟାନସରରୁ ରକ୍ଷା କରିବାରେ ସାହାଯ୍ୟ କରି ପାରିବ।
ହାର୍ଟକୁ ସୁସ୍ଥ ରଖିଥାଏ କଖାରୁ ମଞ୍ଜି: କଖାରୁ ମଞ୍ଜିରେ ଆଣ୍ଟି ଅକ୍ସିଡାଣ୍ଟସ୍ ଭରପୂର ମାତ୍ରାରେ ରହିଛି, ଯଦ୍ଦ୍ଵାରା ହାର୍ଟ ରୋଗରୁ ରକ୍ଷା ମିଳିଥାଏ। ଏଥିରେ ମିଳୁଥିବା ମୋନୋସାଚୁରେଟେଡ୍ ଫ୍ୟାଟି ଏସିଡ୍ ଖରାପ କୋଲେଷ୍ଟ୍ରୋଲକୁ କମ୍ କରିବାର କାମ କରିଥାଏ। ତେଣୁ ଆପଣ ଚାହିଁଲେ ପ୍ରତିଦିନ ଏହାକୁ ସେବନ କରି ପାରିବେ।