ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରିବା ପଡିଲା ମହଙ୍ଗା, ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଠକେଇ ଅଭିଯୋଗରେ ଜଣେ ଗିରଫ । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଲଗାଇ ଜାଲ ନିଯୁକ୍ତି ବିଜ୍ଞାପନ ନେଇ ଅଭିଯୋଗ ହୋଇଥିଲା ।

ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ବିଭାଗ ତରଫରୁ ଅଭିଯୋଗ ଆଧାରରେ ତଦନ୍ତ କରୁଥିଲା ଭରତପୁର ଥାନା ପୋଲିସ । ଠକ ସଂସ୍ଥା ସାଇଟ ଖୋଲି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସଂସ୍ଥାଙ୍କୁ ଟ୍ରେନିଂ ଦେବାକୁ ମୋଟିଭେଟ୍‌ କରୁଥିଲେ ।

ସଂସ୍ଥାର ମାଲିକଙ୍କୁ ପୋଲିସ ଗିରଫ କରି ଖୋଳତାଡ଼ ଚଳାଇଛି । ତେବେ ଏହା ପଛରେ ଆଉ କାହାର ହାତ ରହିଛି ସେନେଇ ପଚରାଉଚରା କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.