Below header

ଇମୋସନାଲ ହୋଇ ମିଡିଆ ସାମ୍ନାରେ କଟ୍ରିନା କହିଲେ ରଣବୀରଙ୍କ ସହ ବ୍ରେକଅପ୍ କାହାଣୀ

ମୁମ୍ବାଇ : ବଲିଉଡ଼ରେ ନିଜ ଅଭିନୟ ଦ୍ବାରା ପ୍ରଶଂସକଙ୍କୁ ବଶିଭୂତ କରିଥିବା ଅଭିନେତ୍ରୀ କଟ୍ରିନା କୈଫ ନିଜ ପ୍ରେମସଂପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି। ଏପରିକି ତାଙ୍କର ଶେଷ ଫିଲ୍ମ ଜିରୋରେ ସେ ଏକ ବ୍ରେକ ହୋଇଥିବା ମହିଳାର ଚରିତ୍ର ତୁଲାଇଥିଲେ। ଯାହାକି ବାସ୍ତବରେ ତାଙ୍କ ଜୀବନ ବୋଲି ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ। କଟ୍ରିନାଙ୍କ ଏହି କଥାରୁ ଜଣାପଡିଥିଲା କି ତାଙ୍କର ରଣବୀର କପୁରଙ୍କ ସହ ବେକ୍ରଅପ ହୋଇଯାଇଛି।

ranbir-katrina

କଟ୍ରିନା କୈଫଙ୍କର ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଜଗ୍ଗା ଜାସୁସ’ ସୁଟିଂ ସମୟରେ ବ୍ରେକଅପ୍ ହୋଇଥିଲା। ନିକଟରେ କଟ୍ରିନା କୈଫ ମିଡିଆ ସାମ୍ନାରେ ରଣବୀର କପୁରଙ୍କ ସହ ବ୍ରେକଅପ ବିଷୟରେ ଖୋଲି କଥା ହୋଇଥିଲେ। ସେ କହିଥିଲେ ବ୍ରେକଅପର ସମସ୍ତ ଦାୟିତ୍ବ ସେ ନେଉଛନ୍ତି ଏବଂ ଏବେ ସେ ତାଙ୍କ ଜୀବନକୁ ଅନୁଭୁତ କରିବାକୁ ଚାହୁଁଛନ୍ତି।

ranveer kat

କଟ୍ରିନା କହିଥିଲେ, ମତେ ଜୀବନରେ ଆଗକୁ ବଢ଼ିବା ପାଇଁ ବ୍ରେକ୍ ନେବା ନିହାତି ଜରୁରୀ ଥିଲା। ଏଣୁ ମୁଁ ଏହି ସଂପର୍କକୁ ଶେଷ କରିବାକୁ ନିଷ୍ପତି ନେଇଥିଲି। ମୋ ସାମ୍ନାରେ ଏପରି ପରିସ୍ଥିତି ଆସିଥିଲା ଯାହାର ଦୋଷୀ ମୁଁ ନଥିଲି। ଏହାପରେ ମୋ ମାଁ ମତେ ବୁଝାଇଥିଲେ, ଅନେକ ଝିଅଙ୍କୁ ଏପରି ସମସ୍ୟା ରହିଥାଏ । ତାଙ୍କୁ ଲାଗିଥାଏ କି ସେ ଏକୁଟିଆ ଅଛନ୍ତି। କିନ୍ତୁ ବାସ୍ତବରେ ତାହା ହୋଇନଥାଏ।
ଏହା ସହ ସେ କହିଥିଲେ, ଭଲପାଇବା ଏକ ଖୁବ ସୁନ୍ଦର ଅନୁଭବ। କିନ୍ତୁ ଏହା ଆପଣଙ୍କୁ କୌଣସି ପରିଚୟ ଦେଇନଥାଏ। ମୁଁ ସେହି ବ୍ୟକ୍ତି ପାଇଁ ବହୁତ କିଛି କଲି କିନ୍ତୁ ଏବେ ମତେ ଜଣାପଡିଲା ତାହା ମୋ ପରିଚୟ ନଥିଲା।

କଟ୍ରିନା ଏବେ ତାଙ୍କ ଆଗାମୀ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଫିଲ୍ମରେ କଟ୍ରିନାଙ୍କ ସହ ଦବଙ୍ଗ ସଲମାନ ଖାନ ନଜର ଆସିବେ। ଏହା ବ୍ୟତୀତ ରୋହିତ ସେଟ୍ଟୀଙ୍କ ଫିଲ୍ମ ସୁର‌୍ୟ୍ୟବଂଶମରେ ମଧ୍ୟ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.