ଓୟୁଏଟିରେ ର‍୍ୟାଗିଂ ଅଭିଯୋଗ, ଥାନାକୁ ଗଲେ ଦୁଇ ଛାତ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି କଲେଜରେ ର‍୍ୟାଗିଂ ଭିଯୋଗ । ଓୟୁଏଟି କୃଷି ବିଭାଗ ପ୍ରଥମ ବର୍ଷ ର ଛାତ୍ରଙ୍କୁ ରାଙ୍ଗି ଅଭିଯୋଗ। ଦୁଇଜଣ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ଲୁହା ରଡ୍‌ରେ ପିଟିବା ସହ, ଖରାରେ ଠିଆ ହେବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ଆଜି ଦୁଇ ଛାତ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ରଙ୍କ କହିବା ଅନୁଯାୟୀ, ଗତ ୬ ମାସ ହେବ ଏଭଳି ଘଟଣା ଘଟୁଛି । କଲେଜ କତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତେବେ ଥାନାରେ ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟ ଡିନ୍‌ କେ.କେ. ରାଉତ ଥାନାରେ ପହଂଚି ଥିଲେ ଏବଂ ଛାତ୍ରମାନେ କଲେଜରେ ଅଭିଯୋଗ କରିନଥିବା କହିଛନ୍ତି । ଅଭିଯୋଗରେ ସତ୍ୟତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.