Below header

ଭୟଙ୍କର ବାତ୍ୟାର ରୂପ ନେଲା ଫନି, ଚାନ୍ଦବାଲି ଓ ଗୋପାଳପୁର ଭିତରେ କରିପାରେ ଲ୍ୟାଣ୍ଡଫଲ୍‌

ଅତି ଭୟଙ୍କର ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ଫନି । ଘଣ୍ଟା ପ୍ରତି ୨୨ କିମି ବେଗରେ ମାଡ଼ି ଆସୁଛି ‘ଫନି’। ସିଭିଅର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଛି ଫନି। ପୁରୀରୁ ୮୦୦ କିମି ଦୂରରେ ରହିଛି ‘ଫନି’। ବିଶାଖାପାଟଣାଠାରୁ ୬୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ମେ’ ୧ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ମେ’ ୧ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଉତ୍ତର,ଉତ୍ତରପୂର୍ବକୁ ଯାଇ ଓଡିଶାକୁ ମୁହାଁଇବ।

ଚାନ୍ଦବାଲି ଓ ଗୋପାଳପୁର ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଫନି’। ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ବେଗରେ ପବନ ବହିବ। ୩ ରାଜ୍ୟକୁ ବାତ୍ୟା ସତର୍କ ସୂଚନା ଜାରି କରିଛି IMD। ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟାକୁ ଆଖି ଆଗରେ ରଖି ଆସନ୍ତା ୨ ତାରିଖରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ୨ ତାରିଖରୁ ହିଁ ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.