କେଜିଏଫ ଫେମ୍‌ କୃଷ୍ଣା ଜୀ ରାଓଙ୍କ ପରଲୋକ, KGF ରେ ଦୃଷ୍ଟିହୀନ ବୃଦ୍ଧ ଭୂମିକାରେ ଆସିଥିଲେ ନଜର

ସାଉଥ ଷ୍ଟାର କୃଷ୍ଣା ଜି ରାଓଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଛି। କୃଷ୍ଣା ଗତ କିଛି ସମୟ ଧରି ରୋଗାକ୍ରାନ୍ତ ଥିଲେ ଏବଂ ହସପିଟାଲରେ ଚିକିତ୍ସାଧୀନ ଥିଲେ । ବାଦ୍ଧକ୍ୟଜନିତ ରୋଗରେ ଅନେକ ଦିନ ପଡିବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୃଷ୍ଣା ଗତ କିଛିଦିନ ହେଲାଣି ବେଙ୍ଗାଲୁରୁରେ ସୀତା ସର୍କଲ ପାଖରେ ଥିବା ବିନାୟକ ହସପିଟାଲରେ ଭର୍ତ୍ତି ହୋଇଥିଲେ । କୃଷ୍ଣା ଜୀଙ୍କ ମୃତ୍ୟୁରେ ସାଉଥ ଇଣ୍ଡଷ୍ଟ୍ରୀକୁ ବଡ ଝଟକା ଲାଗିଛି।

କିଛିଦିନ ତଳେ କୃଷ୍ଣାଙ୍କୁ ବିଚଳିତ ଲାଗୁଥିବା କହିଥିବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ତାଙ୍କ ସ୍ୱାସ୍ଥବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କୃଷ୍ଣା ଜୀଙ୍କୁ କେଜିଏଫ ଫିଲ୍ମରେ ଦୃଷ୍ଟିହୀନ ବୃଦ୍ଧ ଭୂମିକାରେ ନଜର ଆସିଥିଲେ । କେଜିଏଫ ଚାପ୍ଟର ୧ରେ ୨୦୧୮ରେ ରିଲିଜ ହେବା ପରେ ୩୦ ଫିଲ୍ମରେ ଅଭିନୟ କରିଥିଲେ। କେଜିଏଫ ୨ ରିଲିଜ ହେବା ପରେ ପାଖାପାଖି ୧୫ଟି ଫିଲ୍ମରେ କାମ କରିଛନ୍ତି।

ତେବେ କୃଷ୍ଣା ଜୀଙ୍କ ମୃତ୍ୟୁରେ ସୁପରଷ୍ଟାର ୟଶ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ୟଶଙ୍କ ପ୍ରଶଂସକ କୃଷ୍ଣା ଜୀଙ୍କୁ ଫିଲ୍ମର ପ୍ରଥମ ପାର୍ଟ କେଜିଏଫରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଚରିତ୍ରରେ ଦେଖିଥିଲେ। ଯାହାଙ୍କୁ ଗୁଣ୍ଡାମାନେ ଖଣି ଭିତରେ କାମ କରୁଥିବା ବେଳେ ମାରିବା ପାଇଁ ଭିତରକୁ ନେଇ ଯାଇଥିବେ। ହେଲେ ସେହି ସମୟରେ ୟଶ ତାଙ୍କୁ ବଞ୍ଚାଇବା ପାଇଁ ଗୁଣ୍ଡାମାନଙ୍କୁ ଖଣିରେ ମାରି କାମ କରୁଥିବା ଅନ୍ୟ ଶ୍ରମିକଙ୍କ ମନରୁ ଭୟ ଦୂର କରିଥିଲେ। ଏହି ଫିଲ୍ମରେ ୟଶଙ୍କ ସହିତ ତାଙ୍କ ସିନ୍‌ ବହୁତ ଛୋଟ ଥିଲା। ହେଲେ ବି ଫିଲ୍ମରେ କାମ କରିବାକୁ ବହୁତ ଉତ୍ସାହିତ ଥିଲେ କୃଷ୍ଣା ରାଓ ।