ଶୀତୁଆ ପାଗରେ ଟ୍ରେନରେ ଯାତ୍ରା କରିବା ଆହୁରି ହେବ ଶୀଘ୍ର, ରେଳ ବିଭାଗ ଲାଗୁ କଲା ନୂଆ ନିର୍ଦ୍ଦେଶ

ଯଦି ଆପଣ ବି ଶୀତରେ ଟ୍ରେନ ଯାତ୍ରା କରିିବାର ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ରେଳ ବିଭାଗ ତରଫରୁ ଏଥର ଶୀତଋତୁରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। କ’ଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି?
ଯଦି ଆପଣ ବି ଏ ଭୟଙ୍କର ଶୀତରେ ଟ୍ରେନ ରେ ଟ୍ରାଭେଲ କରିବାର ପ୍ଳାନ କରୁଛନ୍ତି ତେବେ ଏହି ଖବର ସମ୍ପର୍କରେ ଜାଣିନିଅନ୍ତୁ। ଏଥର ସିଜିନରେ ରେ ଳ ବିଭାଗ ତରଫରୁ ଏକ ବଡ଼ ପରିବର୍ତ୍ତନ ଆସିଛି ଯେଉଁଥିରେ କୋଟି କୋଟି ଲୋକ ପ୍ରଭାବିତ ହେବେ।
ଶୀତ ୠତୁରେ କୁହୁଡ଼ି ଯୋଗୁଁ ପ୍ରାୟ ସବୁ ରାତ୍ରୀକାଳୀନ ଏବଂ ସକାଳେ ବାହାରୁଥିବା ଟ୍ରେନ୍ ବିଳମ୍ବରେ ପହଞ୍ଚେ । ଏଥିରେ ଯାତ୍ରୀ ହଇରାଣ ହୁଅନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି । ସବୁ ଟ୍ରେନ୍ର ଗତିକୁ ଅଧିକ ୧୫ କିଲୋମିଟର ବଢ଼ାଇ ଦେଇଛି । ଉଦାହାରଣ ସ୍ୱରୂପ, ପୂର୍ବରୁ ଘଣ୍ଟାକୁ ୬୦ କିଲୋମିଟର ବେଗରେ ଯାଉଥିବା ଟ୍ରେନ୍ ଏବେ ୭୫ କିଲୋମିଟର ଗତିରେ ଯିବ ।
ପ୍ରକୃତରେ ଶୀତରେ ଅତି ସକାଳୁ କାକର ପଡ଼ୁଥିବା କାରଣରୁ ସବୁ ଟ୍ରେନ ସମୟ ପରେ ବା ବିଳମ୍ବ ରେ ଆସି ଷ୍ଟେସନରେ ପହଞ୍ଚିଥାଏ। ଭିଜିିବିଲିଟଇ କମ ହେବା କାରଣରୁ ଲୋକଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼େ। ଏବେ କିନ୍ତୁ ବିଭାଗ ନୂଆ ନିଷ୍ପତ୍ତି ନେଇଛି। ଏବେ ଟ୍ରେନ ନିଜ ସ୍ପିଡକୁ ବଢ଼ାଇବାର ଯୋଜନା ଚଲାଇଛି। ରେଳ ବିଭାଗ ଏବେ ଟ୍ରେନର ମାକ୍ସିମମ୍ ସ୍ପିଡ କୁ ବଢ଼ାଇବାର ନିଷ୍ପତ୍ତି ନେଇସାରିଛି। ଏମିତିରେ ଟ୍ରେନର ସ୍ପିଡ ୬୦ କିଲୋମିଟର ଘଣ୍ଟା ପ୍ରତି ରହିଥାଏ। ଯାହାକୁ ବଢ଼ାଇ ଏବେ ୭୫ କିଲୋମିଟର କରାଯାଇଛି।
ଏହାସହିତ ଶୀତ ଦିନରେ କୁହୁଡ଼ିରେ ଟ୍ରେନ ଏତେ ସ୍ପିଡରେ ଚଲାଇବା ପାଇଁ ଫଗ୍ ଡିଭାଇସ୍ ର ମଧ୍ୟ ବ୍ୟବହାର କରାଯିବ। ଯେମିତିକି ଲୋକ ପାଇଲଟଙ୍କୁ ଏଥିରେ କୌଣସି ସମସ୍ୟା ହେବ ନାହିଁ। ତେବେ ଘନ କୁହୁଡ଼ି ବେଳେ ରାସ୍ତା ଯଦି ଭଲ ଭାବେ ଦେଖା ଯାଉ ନାହିଁ ତାହାହେଲେ ଡ୍ରାଇଭର ନିଜର ନିୟନ୍ତ୍ରଣ ଭିତରେ ରଖି ଟ୍ରେନ୍ ଚଳାଇ ପାରିବେ । ହେଲେ ଘଣ୍ଟାକୁ ୭୫ କିଲୋମିଟର ବେଗରୁ ଅଧିକ ବେଗରେ ଚଳାଇ ପାରିବେ ନାହିଁ ବୋଲି ବିଭାଗ ତରଫରୁ କୁହାଯାଇଛି ।
ଭାରତୀୟ ରେଳ ବିଭାଗର କହିବା ଅନୁଯାୟୀ ଲୋକୋମୋଟିଭରେ ଫଗ୍ ଡିଭାଇସ୍ ର ବ୍ୟବହାର ଦ୍ୱାରା କୁହୁଡ଼ି ଓ ଖରାପ ପାଗରୁ ସ୍ଥିତିରେ ସ୍ପିଡ଼କୁ ବଢ଼ାଇଦିଆଯାଇଛି। ଏହା ସବୁ ଜୋନରେ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଏହାକୁ ଟ୍ରେନ ଚକାରେ ଲଗାଯାଇଥାଏ। ଯେବେ ଇଞ୍ଜିନରେ ପ୍ରଭାବ ପଡ଼େ ତେବେ ଏକ ଶବ୍ଦ ବାହାରେ। ଯାହାକୁ ଶୁଣି ଚାଳକ ଧ୍ୟାନ ଦେବେ ।