Below header

୬୦ ବର୍ଷ ପୂର୍ବରୁ କିଶୋର କୁମାର ଆରମ୍ଭ କରିଥିଲେ କିକି ଚ୍ୟାଲେଞ୍ଜ : ବିଶ୍ବାସ ହେଉନି ଯଦି ଦେଖନ୍ତୁ ଏହି ଗୀତ

ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି କିକି ଚ୍ୟାଲେଞ୍ଜ । ଯେଉଁଥିରେ ଲୋକମାନେ ଗାଡିରୁ ଓହ୍ଲାଇ ଚାଲୁଥିବା ଗାଡି ସହ ନାଚୁଛନ୍ତି । କୁହାଯାଉଛି ଏହି ଟ୍ରେଣ୍ଡ୍ କାନ୍ନାଡାର ଗାୟକ ଡ୍ରେକଙ୍କ ଗୀତ ଇନ୍ ମାଇଁ ଫିଲିଙ୍ଗ୍ସରୁ ପ୍ରେରିତ ବୋଲି । କିନ୍ତୁ ସତ ହେଉଛି ଏହି କିକି ଚ୍ୟାଲେଞ୍ଜ ଡ୍ରେକଙ୍କ ଗୀତରୁ ନୁହେଁ ବରଂ ୬୦ ବର୍ଷ ପୂର୍ବରୁ କିଶୋର କୁମାରଙ୍କ ଗୋଟିଏ ଗୀତରୁ ପ୍ରେରିତ ।

୧୯୫୮ରେ ଗୋଟିଏ ସିନେମା ଆସିଥିଲା ’ଚଲତି କା ନାମ ଗାଡି’ । ଏଥିରେ ଏକ ଲୋକପ୍ରିୟ ଗୀତ ଥିଲା ବାବୁ ସମଝୋ ଇଶାରେ . . . ଯାହାକୁ ଆଜି ବି ଦର୍ଶକ ଭୁଲି ନାହାଁନ୍ତି । ଏହି ଗୀତରେ କିଶୋର କୁମାର ନିଜ ଭାଇ ଅଶୋକ କୁମାର ଏବଂ ଅନୁପ କୁମାରଙ୍କ ସହ ନଜର ଆସିଛନ୍ତି । ମୋଟର ଗାଡିରେ ବସି ତିନି ଜଣ ଅଭିନେତା ପୁରା ଗୀତଟିକୁ ସୁଟ୍ କରିଛନ୍ତି । ଏହି ଗୀତରେ ଗୋଟିଏ ସିନ୍ ଅଛି ଯେଉଁଥିରେ ତିନି ଜଣ ଗାଡିଠାରୁ କିଛି ଦୂରରେ ନାଚୁଛନ୍ତି । ଆଉ ଗାଡିଟି ଧୀରେ ଧୀରେ ଆଗକୁ ଚାଲୁଛି । ଏହା ଠିକ୍ ସେମିତି ଯେମିତି ଏବେ ଲୋକମାନେ କିକି ଚ୍ୟାଲେଞ୍ଜରେ କରୁଛନ୍ତି ।

ଯଦି ଏହି ଗୀତଟିକୁ ଭଲ ଭାବରେ ଦେଖିବେ ତେବେ ଜାଣିପାରିବେ କିକି ଚ୍ୟାଲେଞ୍ଜ ଡ୍ରେକଙ୍କ ଗୀତରୁ ନୁହେଁ ବରଂ କିଶୋର କୁମାରଙ୍କ ଗୀତରୁ ପ୍ରେରିତ ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.