Below header

ବିଶ୍ୱ କପ ହକି ପୂର୍ବରୁ ଭୁବନେଶ୍ୱର ହେବ ସବୁଜ ସୁନ୍ଦର

ଭୁବନେଶ୍ବର : ବିଶ୍ୱ କପ ହକି ପୂର୍ବରୁ ଭୁବନେଶ୍ୱର ହେବ ସବୁଜ ସୁନ୍ଦର । ଏ ନେଇ ସଚିବାଳୟରେ ସହର ସୌନ୍ଦର୍ୟ୍ୟ କରଣ ବିକାଶ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜଧାନୀ କିଭଳି ସବୁଜ ସୁନ୍ଦର ହେବ ସେ ନେଇ ଆଲୋଚନା ହୋଇଛି । ଆଗକୁ ନୂଆ ବସର ରହଣୀ ସ୍ଥାନ, ପାର୍କିଂ ସହ ବ୍ୟାପକ ବୃକ୍ଷରୋପଣ କରାଯିବ । ଓପିଟିସିଏଲ ତରଫରୁ ଚାଲିଥିବା ଭୂତଳ ଅଣ୍ଡରଗ୍ରାଉଣ୍ଡିଂ କେବଲିଂ କିଭଳି ଶିଘ୍ର ଶେଷ ହେବ ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଏମସି କମିସନର କ୍ରିଷନ କୁମାର ସୂଚନା ଦେଇଛନ୍ତି । ନଭେମ୍ବର ୨୮ ତାରିଖରେ ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.