‘ପତଲି କମରିୟା’ରେ ଜବରଦସ୍ତ ଡ୍ୟାନ୍ସ କଲେ ତାଞ୍ଜାନିଆ ଷ୍ଟାର ଭାଇ ଭଉଣୀ, ଭିଡିଓ ଭାଇରଲ

ତାଞ୍ଜାନିଆର ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର କିଲି ପଲ୍‌ ଏବଂ ତାଙ୍କ ଭଉଣୀ ନୀମା ପଲ୍‌ ବଲିଉଡ ଗୀତରେ ଜବରଦସ୍ତ ଡ୍ୟାନ୍ସ ଭିଡିଓ କରି ସମସ୍ତଙ୍କ ମନ ଜିଣିନେଇଛନ୍ତି । କେବଳ ବଲିଉଡ ଗୀତରେ ଡ୍ୟାନ୍ସ ନୁହେଁ ଲିପସିଂ କରି ମଧ୍ୟ ନାଚନ୍ତି । ଦୁହିଁଙ୍କର ଡ୍ୟାନ୍ସିଂ ଷ୍ଟାଇଲକୁ ଦେଖି ସମସ୍ତେ ଲାଇକ୍‌ କରୁଛନ୍ତି । ତାଙ୍କର ନୂଆ ଡ୍ୟାନ୍ସ ଭିଡିଓ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଥାନ୍ତି । ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ ସବୁବେଳେ ବଲିଉଡ ଗୀତରେ ଡ୍ୟାନ୍ସ କରି ଚର୍ଚ୍ଚାରେ ରହିଥାନ୍ତି। ନିଜର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କ ମନ ଜିଣନ୍ତି । ବଲିଉଡର ନୂଆ ଗୀତକୁ ନେଇ ଡ୍ୟାନ୍ସ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବା ଯୋଗୁଁ ଫ୍ୟାନ୍ସ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରନ୍ତି । କେବଳ କିଲି ପଲ୍‌ ନୁହେଁ, ତାଙ୍କ ସହିତ ଭଉଣୀ ନୀମା ପଲ୍‌ ମଧ୍ୟ ଭିଡିଓରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଥାନ୍ତି ।  ଏବେ କିଲି ପଲ୍‌ ଏବଂ ତାଙ୍କ ଭଉଣୀ ଭୋଜପୁରୀ ଲୋକପ୍ରିୟ ଗୀତ ‘ପତଲୀ କମରିୟା ମୋରୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ।

ଏବେ ଭୋଜପୁରୀ ଗୀତ ‘ପତଲୀ କମରିୟା’ରେ ସୋସିଆଲ ମିଡିଆରେ ରିଲ୍ସ କରୁଥିବାର ନଜର ଆସିଛନ୍ତି। ଏହା ଏବେ ଟ୍ରେଣ୍ଡିଂ ଗୀତ ରହିଛି। ବିଦେଶୀ ମଧ୍ୟ ଏହି ଗୀତରେ ଅଣ୍ଟାହଲାଇ ଡ୍ୟାନ୍ସ କରୁଛନ୍ତି । କିଲି ପଲ୍‌ ଏବଂ ତାଙ୍କ ଭଉଣୀ ନୀମା ମଧ୍ୟ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଦେଖନ୍ତୁ ଭିଡିଓ :

 

View this post on Instagram

 

A post shared by Kili Paul (@kili_paul)

କିଲି ପଲ୍‌ ଏବଂ ତାଙ୍କ ଭଉଣୀ ଶାହରୁଖ ଏବଂ ଦୀପିକାଙ୍କ ଫିଲ୍ମ ପଠାନର ଗୀତ ବେଶରମ ରଙ୍ଗରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଥିଲେ । ଏହି ଭିଡିଓକୁ କିଲି ପଲ୍‌ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଭିଡିଓରେ କିଲିଙ୍କ ସହିତ ଭଉଣୀ ନୀମା ‘ବେଶରମ ରଙ୍ଗ’ ଗୀତରେ ଡ୍ୟାନ୍ସ କରୁଥିଲେ। ଆଉ ଅନ୍ୟପଟେ ଭାଇ କିଲି ପଲ୍‌ ଗୀତରେ ବେଶ୍‌ ଝୁମିଛନ୍ତି। ଏହି ଗୀତରେ ଦୀପିକାଙ୍କ ଷ୍ଟେପକୁ କପି କରିଥିଲେ ନୀମା । ଡ୍ୟାନ୍ସ ମଧ୍ୟ ଭଲ କରିଥିଲେ। ଭିଡିଓକୁ ସେୟାର କରି କିଲି ପଲ୍‌ କ୍ୟାପସନରେ ଲେଖିଥିଲେ ‘ଟ୍ରେଣ୍ଡ, ସେ ନିଜର ବେଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ’। ନୀମା ଏବଂ କିଲିଙ୍କର ଏହି ଭିଡିଓକୁ ଫ୍ୟାନ୍ସ ଲାଇକ୍‌ ଏବଂ ସେୟାର କରିଥିଲେ।

 

View this post on Instagram

 

A post shared by Kili Paul (@kili_paul)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.