Below header

ସୁନୀଲ ସେଟ୍ଟୀଙ୍କ ଝିଅ ସହ ଏହି ଭାରତୀୟ କ୍ରିକେଟରଙ୍କ ଫଟୋ ହେଲା ଭାଇରାଲ

ବିଗତ ଦିନର ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ଓ କ୍ରିକେଟ ତାରକା କେଏଲ ରାହୁଲଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ହେବ ବିଭିନ୍ନ ସାର୍ବଜନିକ ସ୍ଥାନ ମାନଙ୍କରେ ଦୁହେଁ ଏକାଠି ସମୟ କାଟୁ ଥିବାର ମଧ୍ୟ ନଜର ଆସୁଛନ୍ତି । ଏମିତିକି ଏଦୁହେଁ ନ୍ୟୂ ଇୟର ସେଲିବ୍ରେସନ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ । ଫେରୁଥିବା ସମୟରେ ହିଁ ସେ ଦୁହିଁଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଠାବ କରାଯାଇଥିଲା । ପରେ ଦୁହେଁ ଏକାଠି ଗୋଟିଏ କାରରେ ମଧ୍ୟ ଯାଇଥିଲେ । ଏବେ ଦୁହିଁଙ୍କ ଥାଇଲାଣ୍ଡର କିଛି ଫଟୋ ସାମ୍ନାକୁ ଆସିଛି ।ଫଟୋରେ କେଏଲ ଓ ଆଥିୟା ନିଜର କିଛି ସାଙ୍ଗ ମାନଙ୍କ ସହ ନଜର ଆସିଛନ୍ତି ।

athiya

ଏହି ଫଟୋ ଗୁଡିକରେ ସେମାନଙ୍କ ସହ ଆକାଂକ୍ଷା ରଞ୍ଜନ କପୁର, ଅନୁଷ୍କା ରଞ୍ଜନ, ଅଭିନେତା ଆଦିତ୍ୟ ଶୀଲ, ଉସ୍ମାନ ସିଦ୍ଦିକି ମଧ୍ୟ ନଜର ଆସିଥିବା ଦେଖାଯାଇଛି । ସମସ୍ତେ ଏକା ସାଥିରେ ନ୍ୟୂଇୟର ପାଳନ କରିଛନ୍ତି । ଅବଶ୍ୟ ଏପର୍ଯ୍ୟନ୍ତ ଆଥିୟା ଏହି ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କିଛି ବି କହିନାହାନ୍ତି । ଆଥିୟାଙ୍କ ପିତା ସୁନୀଲ ସେଟ୍ଟୀ ନିଜ ଦୁଇ ସନ୍ତାନଙ୍କ ପ୍ରେମସମ୍ପର୍କ ନେଇ କଣ ଚିନ୍ତା କରନ୍ତି ସେ ବାବଦରେ ସେ ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ସମୟରେ ହିଁ ନିକଟରେଆଲୋଚନା କରିଥିଲେ । ସେ ଏହା ମଧ୍ୟ କହିଥିଲେ କି ସେ ନିଜ ପିଲା ମାନଙ୍କ ପସନ୍ଦ ନାପସନ୍ଦ ବିଷୟରେ ଭଲଭାବେ ଜାଣିଛନ୍ତି ।

ଦୁଇ ପିଲାଙ୍କ ପସନ୍ଦ ନେଇ ପିତା ମାତା ଉଭୟ ଖୁସି ଥିବା କଥା ମଧ୍ୟ ସୁନୀଲ କହିଛନ୍ତି । ଏଇ ନିକଟରେ ହିଁ ହାର୍ଦିକ ପାଣ୍ଡ୍ୟା ଓ ନତାଶା ସ୍ଟେନ କୋବିକଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଣୁ ଏହା ପରେ ପରେ କ୍ରିକେଟ ଓ ବଲିଉଡ ଭିତରେ ଆଉ ଏକ ସମ୍ପର୍କ ଗଢି ଉଠିବା ନେଇ ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.