Below header

୫୦୦ ଫୁଟ୍ ତଳକୁ ଖସିପଡିଲେ ୧୬ବର୍ଷର ଏହି ପର୍ବତାରୋହୀ, ତାପରେ ହେଲା ଏହି ଚମତ୍କାର

କାନାଡା ନିବାସୀ ୧୬ବର୍ଷୀୟ ମୂଳ ଭାରତୀୟ ପର୍ବତାରୋହୀ ଆମେରିକୀୟ ତଟ ରାଜ୍ଯ ଔରେଗନର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ହୁଡ୍ ରୁ ପାଖାପାଖି ୫୦୦ ଫୁଟ୍ ତଳକୁ ଖସିପଡିବା ପରେ ମଧ୍ଯ ଚମତ୍କାର ଭାବେ ବଞ୍ଚିଯାଇଛନ୍ତି । ଖବର ମୁତାବକ କାନାଡର ସୁରେ ନିବାସୀ ଗୁରବାଜ ସିଂ ମଙ୍ଗଳବାର ଦିନ ନିଜ ସାଙ୍ଗ ମାନଙ୍କ ସହିତ ପର୍ବତାରୋହଣ କରୁଥିଲେ । ଏହା ତାଙ୍କର ୯୦ତମ ପର୍ବତରୋହଣ ପ୍ରୟାସ ଥିଲା । ଏହି ସମୟରେ ବରଫରେ ତାଙ୍କ ପାଦ ଖସିଯାଇଥିଲା ଏବଂ ସେ ପର୍ବତ ଦ ପିୟର୍ଲୀ ଗେଟସ୍ ନାମକ ଭାଗର ଡେବିଲ୍ସ କିଚନ୍ ଅଞ୍ଚଳରେ ପଡିଥିଲେ।

mountଗୁରବାଜ ଏହି ଭୟାନକ ଘଟଣା ପରେ ମଧ୍ଯ ଅଳ୍ପକେ ବଞ୍ଚିଯାଇଥିଲେ । ତାଙ୍କର ଗୋଟେ ଗୋଡ ଭାଙ୍ଗିଯାଇଛି । ତେବେ ସୁରକ୍ଷାକର୍ମୀ ମାନେ ପାଖାପାଖି ୧୦,୫୦୦ ଫୁଟ୍ ଉଚ୍ଚରୁ ଗୁରବଜେଙ୍କୁ ଉଦ୍ଧାର କରିଥିଲେ । ଯେଉଁଥି ପାଇଁ ବହୁ ସମୟ ଲାଗିଥିଲା। ମାଉଣ୍ଟ ହୁଡ୍ ଆମେରିକାର ଔରେଗନ୍ ପ୍ରାନ୍ତର ସବୁଠାରୁ ଉଚ୍ଚ ପର୍ବତ । ଆମେରିକୀୟ ବନ ସେବା ଅନୁସାରେ ଏହା ଦେଶର ବରଫରେ ଢାଙ୍କି ହୋ ଇରହିଥିବା ଏମିତି ଏକ ପର୍ବତ ଯେଉଁଠାରେ ସବୁଠାରୁ ଅଧିକ ଲୋକ ପର୍ବତାରୋହଣ କରିବାକୁ ପହଁଚିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.