୨୫ କୋଟି ଛୁଇଁଲା ଚୀନରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧଙ୍କ ସଂଖ୍ୟା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚଳିତ ସମୟରେ ଚୀନରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧଙ୍କ ସଂଖ୍ୟା ୨୫ କୋଟିରେ ପହଂଚି ଯାଇଛି । ଏମାନଙ୍କ ପାଇଁ ବାଣିଜ୍ୟିକି ପେନସନ ବୀମାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଚୀନୀ ବ୍ୟାଙ୍କିଙ୍ଗ ବୀମା ନିୟାମକ ଆୟୋଗର ଜଣେ ବରିଷ୍ଠ ଅଫିସରଙ୍କ ଅନୁଯାୟୀ ବୃଦ୍ଧ ମାନଙ୍କ ପାଇଁ ଏକ ଫିକ୍ସଡ ପ୍ରାଇସର କୁଶଳ ବୀମା ସେବା ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଚୀନୀ ରାଜ୍ୟ ପରିଷଦ ଅନୁଯାୟୀ ସରକାର ସାମାଜିକ ସେବା କ୍ଷେତ୍ରରେ ବାଣିଜ୍ୟିକ ବୀମାର ବିକାଶକୁ ବୃଦ୍ଧି କରିବା ପାଇଁ ସୋସିଆଲ ସର୍ଭିସ ସେଣ୍ଟରରେ ଏକ ଡକ୍ୟୁମେଣ୍ଟ ଜାରି କରିଛନ୍ତି । ଦସ୍ତାବିଜ ଅନୁଯାୟୀ ଚୀନ ବାଣିଜ୍ୟିକ ପେନସନ ବୀମା ଏବଂ ବ୍ୟକ୍ତିଗତ ଆକାଉଣ୍ଟ ପେନସନ ବୀମାର ବିକାଶ କରିବ । ତେବେ ଯୋଜନା ମୁତାବକ ୨୦୨୫ ପର୍ଯ୍ୟନ୍ତ ୬୦ଟ୍ରିଲିୟନ ୟୁଆନର ପେନସନ ବୀମା ରିଜର୍ଭ କରାଯିବ ।

ଏହି ଡକ୍ୟୁମେଣ୍ଟ ଅନୁଯାୟୀ ୨୦୨୦ ମସିହା ଜାନୁଆରୀ ମାସଠାରୁ ଜୀବନ ବୀମା କମ୍ପାନୀରେ ବିଦେଶୀ ନିବେଶର ଅନୁପାତ 100 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଆଶା କରାଯାଉଛି ଯେ ବିଦେଶୀ ଇନ୍ସ୍ୟୁରାନ୍ସ କମ୍ପାନୀ ଗୁଡିକଠାରୁ ଚାଇନା ଆଡଭାନ୍ସ ଏକ୍ସପିରିଏନ୍ସ ଏବଂ ଟେକ୍ନୋଲୋଜି ମଧ୍ୟ ଶିଖିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.