ଘରସଫା ସମୟରେ ଆବର୍ଜନା ଭାବି ଦମ୍ପତି ଫୋପାଡ଼ି ଦେଇଥିଲେ ୧୪ ଲକ୍ଷ ଟଙ୍କା, ଘରେ ଆଣି ଫେରାଇ ଦେଇଗଲେ ରିସାଇକ୍ଲିଂଗ ସେଣ୍ଟରର କର୍ମଚାରୀ

ସାଧାରଣତଃ ଆମେ ଘର ସଫା କରିବା ସମୟରେ ଅନେକ ଜିନିଷ ଘରୁ ବାହାର କରି ଫୋପାଡ଼ି ଦେଇଥାଉ । ବେଳେବେଳେ ଏପରି ହୋଇଥାଏ ଯେ ଅଦରକାରୀ ଜିନିଷ ସହ ବେଳେବେଳେ ଆମେ ଅତ୍ୟନ୍ତ ଦରକାରୀ ଜିନିଷ ମଧ୍ୟ ଫୋପାଡ଼ି ଦେଇଥାଉ । ଯଦିଓ ଫୋପାଡ଼ି ସାରିବା ପରେ ଆମକୁ ଅବଶୋଷ ହୋଇଥାଏ କିନ୍ତୁ ଏହାର କିଛି ସମାଧାନ ନଥାଏ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ । ଯେଉଁଠି ଏକ ଦମ୍ପତ୍ତି ଘର ସଫା କରିବା ସମୟରେ ଏକ ବାକ୍ସକୁ ଅଦରକାରୀ ଭାବି ଫୋପାଡ଼ି ଦେଇଥିଲେ କିନ୍ତୁ ପ୍ରକୃତ କଥା ଜଣା ପଡିବା ପରେ ତାଙ୍କ ହୋସ ଉଡି ଯାଇଥିଲା । କାରଣ ଅଦରକାରୀ ଭାବି ଫୋପାଡ଼ି ଦେଇଥିବା ବାକ୍ସ ଭିତରେ ରହିଥିଲା ୧୪ ଲକ୍ଷ ଟଙ୍କା ।

प्रतीकात्मक तस्वीर

ସୂଚନା ଅନୁଯାୟୀ ଏହି ଘଟଣାଟି ଘଟିଛି ଇଂଲଣ୍ଡର ସୋମରସେଟରେ । ଏଠାରେ ଏକ ଦମ୍ପତ୍ତି ତାଙ୍କ ମୃତ ବନ୍ଧୁଙ୍କ ଘର ସଫା କରୁଥିବା ସମୟରେ ସେଠାରୁ ଅନେକ ପୁରୁଣା ଅଦରକାରୀ ବକ୍ସ ଗୁଡିକୁ ମିଡସମର ନର୍ଥମର ରିସାଇକ୍ଲିଂଗ ସେଣ୍ଟରରେ ଦେଇ ଆସିଥିଲେ । ତେବେ ସେଣ୍ଟରର କର୍ମଚାରୀ ମାନେ ରିସାଇକ୍ଲିଂଗ କରିବା ପୂର୍ବରୁ ବକ୍ସକୁ ଚେକ କରିବା ସମୟରେ ସେଥିରୁ ଏକ ବାକ୍ସ ମଧ୍ୟରୁ ୧୫୦୦୦ପାଉଣ୍ଡ (୧୪ ଲକ୍ଷ ଟଙ୍କା)ନଗଦ ପାଇଥିଲେ ।

प्रतीकात्मक तस्वीर

ତେବେ କର୍ମଚାରୀମାନେ ନିଜର ସଚ୍ଚୋଟତା ଦେଖାଇବା ସହ ତୁରନ୍ତ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । ପ୍ରଥମେ ପୋଲିସ ରିସାଇକ୍ଲିଂଗ ସେଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜରୁ କାରର ନମ୍ବର ବାହାର କରିଥିଲେ ଯେଉଁଥିରେ ଏହି ବାକ୍ସଟି ଆସିଥିଲା । ଆଉ ତାପରେ କାରର ନମ୍ବର ଆଧାରରେ ସେମାନେ ଦମ୍ପତିଙ୍କ ଘର ପର୍ଯ୍ୟନ୍ତ ପହଂଚି ପାରିଥିଲେ ।

प्रतीकात्मक तस्वीर

ଏହାପରେ ପୋଲିସ ଦମ୍ପତିଙ୍କୁ ଏ ବିଷୟରେ ପଚରାଉଚୁରା କରିବା ପରେ ଜାଣିବାକୁ ପାଇଥିଲେ ଯେ ଟଙ୍କା ପ୍ରକୃତରେ ତାଙ୍କ ମୃତ ବନ୍ଧୁଙ୍କର ଥିଲା କାରଣ ତାଙ୍କୁ ପଇସା ଲୁଚାଇବାର ଆଦତ ପୂର୍ବରୁ ହିଁ ରହିଥିଲା । ତେବେ ପୋଲିସ ଟଙ୍କା ବାକ୍ସଟିକୁ ଦମ୍ପତିଙ୍କୁ ଫେରାଇ ଦେଇଥିଲେ । ଏହାସହିତ ରିସାଇକ୍ଲିଂଗ ସେଣ୍ଟରର କର୍ମଚାରୀ ମାନଙ୍କୁ ତାଙ୍କର ସଚ୍ଚୋଟତା ନିମନ୍ତେ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.