କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ଟାଇଗର ଶ୍ରପ୍‌, ମର୍ସିିଡିଜ୍‌ ଠାରୁ ବିଏମ୍‌ଡବ୍ଲୁ ସବୁ ଅଛି ତାଙ୍କ ପାଖରେ

ନୂଆଦିଲ୍ଲୀ : ଫିଲ୍ମ ‘ହିରୋପନ୍ତି’ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଟାଇଗର ଶ୍ରପ୍‌ ଆଜି ବଲିଉଡର ଆଗ ଧାଡ଼ିର କଳାକାର । କମ୍‌ ବୟସରୁ ଫିଲ୍ମ ଆରମ୍ଭ କରିଥିବା ଟାଇଗର ଆଜି ଦିନରେ ଖୁବ୍‌ ସଫଳତା ହାସଲ କରିଛନ୍ତି । ଆଜି ମାତ୍ର ୩୧ ବର୍ଷ ବୟସରେ ସେ ୧୦୪ କୋଟି ଟଙ୍କାର ମାଲିକ । ଫିଲ୍ମ ବ୍ୟତୀତ ଟାଇଗର କେତେକ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଛନ୍ତି ।

ଟାଇଗରଙ୍କ ଫିସ୍‌ କଥା କହିବା ତ ବଲିଉଡର ମହଙ୍ଗା କଳାକାରଙ୍କ ମଧ୍ୟରେ ତାଙ୍କ ନାମ ରହିଛି । ସେ ଗୋଟିଏ ଫିଲ୍ମ ପାଇଁ ୩୦ କୋଟି ଟଙ୍କା ଦାବି କରନ୍ତି । ୨୦୧୯ ମସିହାରେ ନିର୍ମିତ ଫିଲ୍ମ ‘ଓ୍ଵାର’ ତାଙ୍କର ସବୁଠୁ ସଫଳ ଫିଲ୍ମ । ଏହି ଫିଲ୍ମରେ ସେ ସବୁଠୁ ଅଧିକ ରୋଜଗାର କରିଛନ୍ତି ।

tiger shrof.jpg-
p.c : patrika.com

ତାଙ୍କ ପାଖରେ ରହିଛି ବହୁ ମହଙ୍ଗା ଜିନିଷ :

ଟାଇଗର ଶ୍ରଫ୍‌ ଙ୍କ ଲାଇଫ ଷ୍ଟାଇଲ୍‌ ମଧ୍ୟ ଖୁବ୍‌ ଉଚ୍ଚ କୋଟିର । ତାଙ୍କ ପାଖରେ ରହିଛି ବିଏମ୍‌ଡବ୍ଲୁ ଏମ୍‌ ୫, ବେଟଲ କଣ୍ଟିନେଣ୍ଟଲ ଜେଟି, ଟୋୟୋଟା ଇନୋଭା ଭଳି ବହୁ ନାମୀଦାମୀ କାର୍‌ । ଏହାଛଡ଼ା ଟାଇଗରଙ୍କ ପାଖରେ ମର୍ସିଡିଜ, ଏସ୍‌ଏସ୍‌ ଜଗୁଆର ୧୦, ରେଞ୍ଜ ରୋଭର ଓ ଏକ େଓ୍ଵଣ୍ଟେଜ କାର ମଧ୍ୟ ରହିଛି ।

tiger shrof.jpg-.
p.c : patrika.com

ଯାହାର ମୂଲ୍ୟ କୋଟିରୁ ଅଧିକ । ଟାଇଗର ଏବେ ୮ ବିଏଚକେ ବାଲା ଆପାର୍ଟମେଣ୍ଟ କିଣିଛନ୍ତି । ଏହାର ମୂଲ୍ୟ ପ୍ରାୟ ୩୧ କୋଟି ଟଙ୍କା ହେବ । ଖଣ୍ଡଲାରେ ଥିବା ଟାଇଗରଙ୍କ ପୁରୁଣା ଘର ମଧ୍ୟ କୌ ଣସି ୫ ଷ୍ଟାର ରିସର୍ଟ ଠାରୁ କମ୍‌ ନୁହେଁ । ଟାଇଗରଙ୍କ ଆଗମୀ ଫିଲ୍ମ ‘ଗଣପତ’ ଓ ‘ହିରୋପନ୍ତି’ ୨ ରିଲିଜ ଅପେକ୍ଷାରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.