ମୁଁ କେବେ ବି ଖାନ୍‌ ପରିବାର ପାଇଁ ନଂ ୧ ବୋହୂ ନଥିଲି : ମଲାଇକା ଆରୋରା

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବେ ‘ମୁଭିଂ ଇନ୍ ଉଇଥ୍ ମଲାଇକା’ ଶୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଶୋ’ରେ ମଲାଇକା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିବାରେ ଲାଗିଛନ୍ତି। ମଲାଇକାଙ୍କୁ କେବଳ ଅଭିନୟ ଓ ନୃତ୍ୟ ବ୍ୟତୀତ କମେଡି କରିବା ବି ଖୁବ୍ ପସନ୍ଦ ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ହେଲେ ଏବେ ଏହି ଶୋରେ ଖାନ୍‌ ପରିବାରକୁ ନେଇ ବଡ ଖୁଲାସା କରିଛନ୍ତି ।

ସବୁବେଳେ ନିଜ ମନ କଥା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଦିଅନ୍ତି ମଲାଇକା । ତାଙ୍କ କଥାରେ କିଏ ସମର୍ଥନ କରୁ କି ନ କରୁ କିନ୍ତୁ ସେ ନିଜ ମନର କଥାକୁ ସମସ୍ତଙ୍କ ସାମ୍ନାରେ ରଖିଦିଅନ୍ତି । ‘ମୁଭିଂ ଇନ୍ ଉଇଥ୍ ମଲାଇକା’ ଶୋ’ର ଏକ ଏପିସୋଡରେ ମଲାଇକା ଖାନ୍ ପରିବାର ସହ ଥିବା ତାଙ୍କର ସଂପର୍କ ବିଷୟରେ କହିଛନ୍ତି। ଅରବାଜ ଖାନଙ୍କ ସହ ଛାଡ଼ପତ୍ର ହେବା ପରେ ବି ତାଙ୍କ ଦୁର୍ଘଟଣା ଖବର ପାଇଁ ପୂରା ଖାନ୍ ପରିବାର ତାଙ୍କ ସହ ଛିଡ଼ା ହୋଇଥିଲେ। ଏ ସଂପର୍କରେ ସେ ନିଜର ମତ ରଖି କହିଛନ୍ତି ଯେ, ପୁଅ ଅରହାନଙ୍କ ପାଇଁ ଖାନ୍ ପରିବାର ତାଙ୍କ ପ୍ରତି ଚିନ୍ତା ରଖନ୍ତି। ନ ହେଲେ ସେ କେବେ ବି ଖାନ୍ ପରିବାର ପାଇଁ ଏକ ନମ୍ବର ବୋହୂ ହୋଇ ପାରିନାହାନ୍ତି।

ତେବେ ‘ମୁଭିଂ ଇନ୍ ଉଇଥ୍ ମଲାଇକା’ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି କି, ସେ ମୁଭ୍‌ ଅନ୍‌ କରିସାରିଲେଣି। ତାଙ୍କ ପୂର୍ବତନ ସ୍ୱାମୀ ମଧ୍ୟ ନିଜ ଜୀବନରେ ଆଗକୁ ଗଲେଣି । ଆଉ ଅନ୍ୟ କିଛିଙ୍କୁ ଏମିତି କରିବା ବାକି ରହିଛି ।

ସୂଚନାଯୋଗ୍ୟ, ୧୯୯୮ ମସିହାରେ ମଲାଇକା ଓ ଅରବାଜଙ୍କ ବିବାହ ହୋଇଥିଲା। ବିବାହର ପ୍ରାୟ ୨୦ ବର୍ଷ ପରେ ୨୦୧୬ ତାରିଖରେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଲେ। ୨୦୧୭ ଏମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏବେ ମଲାଇକା ବଲିଉଡ୍ ଷ୍ଟାର୍ ଅର୍ଜୁନ କପୁରଙ୍କ ସହ ସଂପର୍କରେ ଥିବା ବେଳେ ଅରବାଜଜର୍ଜିଆଙ୍କୁ ଡେଟ୍ କରୁଛନ୍ତି। ୨୦୦୨ ମସିହାରେ ମଲାଇକା ଅରହାନଙ୍କୁ ଜନ୍ମ ଦେଇଥିଲେ। ତେବେ ଅରହାନ ଏବେ ଆମେରିକାରେ ଫିଲ୍ମ ମେକିଂ ପାଠ ପଢୁଛନ୍ତି। ଅରହାନ ଏବେ ପାଠପଢା ସହିତ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ଅରବାଜ ପୁଅ ଅରହାନଙ୍କୁ ନେଇ ଚିନ୍ତାରେ ରହିଛନ୍ତି।

ଅରହାନ କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏହି ଫିଲ୍ମରେ ଇବ୍ରାହିମ ଅଲ୍ଲୀ ଖାନ ମଧ୍ୟ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏହାଛଡା ଫିଲ୍ମ ‘ପଟନା ଶୁକ୍ଲା’ରେ ମଧ୍ୟ ଅରହାନ ଅରବାଜଙ୍କ ସହିତ କାମ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ଡିସେମ୍ବରରେ ଏହି ଫିଲ୍ମ ପାଇଁ ସୁଟିଂ ସେଟକୁ ଫେରିବେ ଅରହାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.