#MeToo ପଡ଼ିଲା ଭାରି, Indian Idolରୁ ତଡ଼ା ଖାଇଲେ ଅନୁ

ମୁମ୍ବାଇ : ଅସଦାଚରଣ ଅଭିଯୋଗର ଏକ ବଡ଼ ପରିଣାମ ଭୋଗିବାକୁ ପଡ଼ିଛି ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଳ୍ଲିକଙ୍କୁ। ମ୍ୟୁଜିକ୍ ରିୟଲିଟି ସୋ ଇଣ୍ଡିଆନ ଆଇଡ଼ଲ ୧୦ରେ ବିଚାରକ ଭାବେ ରହିଥିବା ଅନୁ ମଳ୍ଲିକଙ୍କ ବରୋଧରେ #MeToo ଅଭିଯୋଗ ଅସିବା ପରେ ତାଙ୍କୁ ଚ୍ୟାନେଲ ସୋରୁ ବାହାର କରିଦେଇଛି। ଅଭିଯୋଗ ଆସିବା ପରେ ଇଣ୍ଡିଆନ ଆଇଡ଼ଲ ସିଜନ ୫ର ଆସିଷ୍ଟାଣ୍ଟ ଡ଼ାଏରେକ୍ଟର ଡ଼େନିକା ଡ଼ିସୁଜା କହିଛନ୍ତି ତାଙ୍କ ସୂଚନା ଅନୁଯାୟୀ ସେ ଏପରି ଦୁଇ ଜଣ ମହିଳାଙ୍କୁ ଜାଣିଛନ୍ତି ଯାହାଙ୍କର ଅନୁ ମଲ୍ଲିକଙ୍କର ଖରାପ ନଜର ରହିଥିଲା।

anu-malik-shweta-pandit

ମିଡ଼ିଆ ରିପୋର୍ଟ ମୁତାବକ , ଅନୁ ମଲ୍ଲିକ ନିଜେ ଏହି ସୋ ଛାଡ଼ି ଯିବାକୁ ଚାହିଁଥିଲେ। ଏଥିସହ ସେ କହିଥିଲେ, ମୁଁ କିଛି ସମୟ ପାଇଁ ଇଣ୍ଡିଆନ ଆଇଡ଼ଲରୁ ବିରତି ନେବାକୁ ଚାହୁଁଛି। କାରଣ ମୁଁ ମୋର କାମ , ସଂଙ୍ଗିତ ଏବଂ ଅନ୍ୟନ ସୋରେ ଧ୍ୟାନ ହେବାକୁ ଚାହୁଁଛି। ତେବେ ଏପର‌୍ୟ୍ୟନ୍ତ ଇଣ୍ଡିଆନ ଆଇଡ଼ଲର ୯ଟି ସଂସ୍କରଣ ଶେଷ ହୋଇସାରିଲାଣି। ଏବଂ ସମସ୍ତ ସିଜିନରେ ବିଚାରକ ମଣ୍ଡଳୀରେ ଅନୁ ମଲ୍ଲିକଙ୍କୁ ଦେଖିବାକୁ ମିଳିଥାଏ।

କିଛି ଦିନ ପୂର୍ବେ ସଂଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ଉପରେ ଗାୟିକା ଶ୍ବେତା ପଣ୍ଡିତ ଅସଦାଚରଣ ଅଭିଯୋଗ ଆଣିଥିଲେ।ଏହାପରେ ସୋନା ମହାପାତ୍ର ଏବଂ ଆଉ ଦୁଇ ଜଣ ମହିଳା ମଧ୍ୟ ଅନୁଙ୍କ ବିରୋଧରେ ଉତ୍ପିଡ଼ନ ଅଭିଯୋଗ ଆଣିଥିଲେ। ତେବେ ଏହା ପ୍ରଥମ ଥର ନୁହଁ ଏହା ପୂର୍ବରୁ ମଧ୍ୟ ଗାୟିକା ସାରୁନ ପ୍ରଭାକର ମଧ୍ୟ ଅନୁ ମଳ୍ଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.