ସୁଟିଂ ପାଇଁ ବାରମ୍ବାର ହୋଟେଲ ବୁକ୍‌ କରୁଥିଲି ତେଣୁ ବାଧ୍ୟ ହୋଇ କିଣିଦେଲି ପଞ୍ଚତାରକା ହୋଟେଲ : ମିଥୁନ ଚକ୍ରବର୍ତ୍ତୀ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ରାଜନୀତି ଯାଏଁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କ ଡ୍ୟାନ୍ସ ତାଙ୍କୁ ବଲିଉଡରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ମିଥୁନଙ୍କ ସଂପତ୍ତିର ଆନୁମାନିକ ମୂଲ୍ୟ ୪୦ ମିଲିଅନ ଡଲାର ରହିଛି। ଯାହା ଭାରତୀୟ ଟଙ୍କା ହିସାବରେ ପାଖାପାଖି ଅଢେଇ କୋଟି ଟଙ୍କା ହେବ ।

ଛୋଟ ବେଳରୁ ଗରିବ ପରିବାର ଜନ୍ମଗ୍ରହଣ କରିଥିଲେ ମିଥୁନ। ଛୋଟ ବେଳରୁ ଅଭାବ ଅନଟନରେ ଚଳିଛନ୍ତି। କିନ୍ତୁ ଆଜି ବଲିଉଡରେ ତାଙ୍କ ନାମ ଟପ୍‌ ଲିଷ୍ଟରେ ରହିଛି। ମିଥୁନ ଅଧିକାଂଶ ଆୟ ତାଙ୍କ ବିଳାସପୂର୍ଣ୍ଣ ହୋଟେଲରୁ କରନ୍ତି।

ମିଥୁନଙ୍କ ପାଖରେ ଉଟିରେ ବିଳାସପୂର୍ଣ୍ଣ ହୋଟେଲ ରହିଛି। ଯେଉଁଥିରୁ ଭଲ ପଇସା ରୋଜଗାର କରନ୍ତି ମିଥୁନ। ମିଥୁନଙ୍କ କାରବାର ୨୫୦ କୋଟି ଟଙ୍କାର ରହିଛି। ମୋନାର୍କ ଗ୍ରୁପ ଅଫ୍‌ ହୋଟେଲ୍ସରୁ ମାଲିକ ମିଥୁନ। ତା’ ଛଡା ଅନେକ ସହରରେ ବଡ ହୋଟେଲର ମାଲିକ ଅଟନ୍ତି ମିଥୁନ। ଉଟିରେ ଥିବା ହୋଟେଲ ଫାଇଭଷ୍ଟାର ହୋଟେଲ। ଏହାଛଡା ମସୁରୀ ଏବଂ ସାଉଥର ଅନେକ ଜାଗାରେ ବଡ ହୋଟେଲ ରହିଛି।

ଦେଶର ବିଭିନ୍ନ ସହରରେ ବିଳାସପୂର୍ଣ୍ଣ ଫ୍ଲାଟ ମଧ୍ୟ ମିଥୁନଙ୍କର ରହିଛି। ମିଥୁନ ନିଜ ପୁଅଙ୍କ ସହିତ ମିଶି ବିଜନେସ ସମ୍ଭାଳୁଛନ୍ତି। ଉଟି ସ୍ଥିତି ହୋଟେଲରେ ୫୯ ରୁମ୍‌, ୪ଟି ସୁଇଟ୍‌, ହେଲଥ ଫିଟନେସ ସେଣ୍ଟର, ଇନଡୋର ସୁଇମିଂ ପୁଲ୍‌ର ସୁବିଧା ରହିଛି। ମୁମ୍ବାଇ ଜନଗହଳି ଭିତରୁ ବାହାରି ଆସି ମିଥୁନ ଅନେକ ଥର ଏଠାରେ ଛୁଟି କାଟନ୍ତି।

ସେହିପରି ମୁଥନଙ୍କ ମୋନାର୍କ ସଫାରୀ ପାର୍କରେ ମସିନାଗୁଡିରେ ୧୬ ବଙ୍ଗଳା, ୧୪ ଟ୍ଵିନ୍‌ ମଚାନ, ୪ଟି ଷ୍ଟାଣ୍ଡାର୍ଡ ରୁମ, ମଲ୍ଟିକୁଜିନ ରେଷ୍ଟୁରାଣ୍ଟ, ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡ ସହିତ ହର୍ସ ରାଇଡିଂ ଏବଂ ଜିପରେ ଜଙ୍ଗଲ ରାଇଡ ଭଳି ସୁବିଧା ରହିଛି। ଏହାଛଡା ନନ୍‌ ଏସି ମଚାନ, ବଙ୍ଗଳା ଏବଂ କଟେଜ ରହିଛି। ମିଥୁନ ଉଟିକୁ ଅଧିକାଂଶ ଯାଆନ୍ତି। ସେଠାରେ ଅଧିକାଂଶ ଫିଲ୍ମର ସୁଟିଂ କରନ୍ତି। ତେଣୁ ଉଟିରେ ନିଜର ହୋଟେଲ କରିବାକୁ ମନ ବଳାଇଥିଲେ। ମିଥୁନଙ୍କର କୁକୁର ପ୍ରତି ସଉକ ରହିଛି। ମିଥୁନଙ୍କ ପାଖରେ ଗୋଟେ କିମ୍ବା ଦୁଇଟି ନୁହେଁ ୭୬ କୁକୁର ରହିଛି। ଏମାନଙ୍କ ରକ୍ଷଣାବେକ୍ଷଣ କରିବା ପାଇଁ ମିଥୁନ ବହୁତ ଖର୍ଚ୍ଚ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.