ପତ୍ନୀ ମୌନୀଙ୍କ ଜରବଦସ୍ତ ଡ୍ୟାନ୍ସ ଦେଖିବା ପରେ ନିଜକୁ ସମ୍ଭାଳିପାରିଲେନି ସୁରଜ, ସର୍ବସମ୍ମୁଖରେ କରିଦେଲେ ଲିପ୍କିସ୍
ଅଭିନେତ୍ରୀ ମୌନୀ ରାୟ ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ବିବାହ କରିସାରିଛନ୍ତି। ମୌନୀ ଏବଂ ସୁରଜ ୨୭ ଜାନୁଆରୀରେ ଗୋଆରେ ବିବାହ କରିଥିଲେ। ଦୁହେଁ ମାଲାୟଲମ ଏବଂ ବଙ୍ଗାଳି ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ ମୌନୀ ଏବଂ ସୁରଜ ସଂଗୀତ ଉତ୍ସବର ଆୟୋଜନ କରିଥିଲେ। ମୌନୀ ଏବଂ ସୁରଜ ସଂଗୀତ ଉତ୍ସବରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ମୌନୀ ଏବଂ ସୁରଜ ଏକାଠି ଷ୍ଟେଜରେ ପରଫର୍ମ କରିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
View this post on Instagram
ମୌନୀ ବଲିଉଡରେ ଟପ୍ ଗୀତରେ ଡ୍ୟାନ୍ସ କରିଥିଲେ। ମୌନୀଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାବେ ଭାଇରଲ ହୋଇଥିଲା। ଏହା ପରେ ସୁରଜ ତାଙ୍କ ସହିତ ଡ୍ୟାନ୍ସ କରିଥିଲେ। ସଂଗୀତ ଉତ୍ସବ ସରିବା ପରେ କେକ୍ କାଟିଥିଲେ। ଆଉ କେକ୍ କାଟିବା ପରେ ଦୁହେଁ ପରସ୍ପରକୁ କିସ୍ କରିଥିଲେ। ଦୁହେଁ ଏହାର ଷ୍ଟୋରୀ ଇନଷ୍ଟାରେ ସେୟାର କରିଛନ୍ତି। ମୌନୀଙ୍କ ସହିତ ସଂଗୀତ ଉତ୍ସବରେ ଅର୍ଜୁନ ବିଜଲାନୀ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଏହି ଉତ୍ସବରେ ମୌନୀ ସୁନେଲୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ।
View this post on Instagram
ମୌନୀ ନିଜର ଅଭିନୟ କ୍ୟାରିୟର ଟିଭିରୁ ହିଁ ଆରମ୍ଭ କରିଥିଲେ । ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୁରଜଙ୍କୁ ଡେଟ କରୁଥିଲେ। ଖବର ଅନୁଯାୟୀ, ସୁରଜ ଦୁବାଇର ଜଣେ ବେଷ୍ଟ ବ୍ୟାଙ୍କର ଏବଂ ବିଜନେସ୍ ମ୍ୟାନ।