ବଲିଉଡରେ ଏଣ୍ଟ୍ରି କରିବେ ନାଗା ଚୈତନ୍ଯ ! ମିଳିଲା ଅମୀର ଖାନଙ୍କ ଫିଲ୍ମ ଅଫର

ବଲିଉଡରେ ଅନେକ ସାଉଥ ଷ୍ଟାର ଏଣ୍ଟ୍ରି କରି ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି। ଏବେ ଆଉ ଜଣେ ସାଉଥ ଷ୍ଟାର ବଲିଉଡରେ ଧମାଲ କରିବାକୁ ଯାଉଛନ୍ତି। ସାଉଥ ସୁପର ଷ୍ଟାର ନାଗାର୍ଜୁନ ମଧ୍ୟ ବଲିଉଡ ଫିଲ୍ମ କରିଛନ୍ତି। ଏବେ ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଅମୀର ଖାନଙ୍କ ଲାଲ ସିଂହ ଚଡ୍ଡା ପାଇଁ ନାଗା ଚୈତନ୍ୟଙ୍କୁ ଆପ୍ରୋଚ୍ କରାଯାଇଛି। ନାଗା ଚୈତନ୍ୟ ବର୍ତ୍ତମାନ ଫିଲ୍ମ ‘ଥାଙ୍କ ୟୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ରିପୋର୍ଟ ଅନୁଯାୟୀ ସାଉଥ ସୁପରଷ୍ଟାର ବିଜୟ ସେତୁପତି ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ଅଲବିଦା କରି ଦେଇଛନ୍ତି। ସୁଟିଂ ତାରିଖ ନେଇ କିଛି ସମସ୍ୟା ଥିଲା ବୋଲି ତାଙ୍କୁ ଫିଲ୍ମ ଛାଡିବାକୁ ପଡିଛି। ସେତୁପତିଙ୍କ ପରେ ଅମୀର ଖାନ ନାଗା ଚୈତନ୍ୟଙ୍କୁ ଆପ୍ରୋଚ୍ କରିଛନ୍ତି। ତେବେ ଏଯାଏଁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ଯଦି ଏହିଭଳି ହୁଏ ତାହେଲେ ନାଗା ବଲିଉଡରେ ଡେବ୍ୟୁ କରିପାରିବେ।

naga
photo credit: tollywood.net

ଲାଲ ସିଂହ ଚଡ୍ଡା ୧୯୯୪ରେ ଆସିଥିବା ଆମେରିକୀୟ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ। ଏହି ଫିଲ୍ମରେ ଅମୀର ଖାନଙ୍କ ସହ କରିନା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଦ୍ଵିତ ଚନ୍ଦନ। ବର୍ତ୍ତମାନ ନାଗା ଚୈତନ୍ୟ ‘ଥାଙ୍କ ୟୁ’ର ସୁଟିଂ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବିକ୍ରମ କୁମାର। ଏହି ଫିଲ୍ମରେ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ସହ ନାଗାଙ୍କ ଲଭ ଷ୍ଟୋରି ଦେଖିବାକୁ ଦର୍ଶକ ଅପେକ୍ଷାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.