ରାଜ୍ଯରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ, କୋଭିଡ-୧୯ର ସମସ୍ତ ନିୟମାବଳୀ କରାଯାଇଛି ପାଳନ

କେନ୍ଯୁଜ୍: କଟକରେ ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ। ମୁଖ୍ୟ ଅତିଥି ଭାବେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଯୋଗଦେଇ ମହାନଦୀ ବିହାର ଗୋପାଳ ଭବନରେ ପତାକା ଉତ୍ତୋଳନ କରିଥିଲେ।

keunjharସେହିପରି କେନ୍ଦୁଝରରେ ଆନନ୍ଦ ଉଲ୍ଲାସର ସହ ୭୨ତମ ସାଧାରଣତଦନ୍ତ୍ର ଦିବସ ପାଳିତ ହୋଇଛି । ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏ ଅବସରରେ ମନ୍ତ୍ରୀ କୋଭିଡ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

balasoreବାଲେଶ୍ୱରରେ ମଧ୍ଯ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ । ଆୟୋଜିତ ସମାରୋହରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରି ପ୍ରତାପ ଜେନା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ-୧୯ର ସମସ୍ତ ନିୟମାବଳୀ ପାଳନ କରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

koraputସେହିପରି  କୋରାପୁଟରେ ୭୨ତମ ସାଧାରଣତଦନ୍ତ୍ର ଦିବସ ପାଳିତ ହୋଇଛି । ଉତ୍ସବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ମିଳିତ ପରେଡରେ ୪ଟି ଟିମ୍‌ ଭାଗ ନେଇଥିଲେ । ଏ ଅବସରରେ କୋଭିଡ ଯୋଦ୍ଧା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

bargarhବରଗଡ଼ ଜର୍ଜ ହାଇସ୍କୁଲ ପଡିଆରେ ମଧ୍ଯ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ୧୬ଜଣ କରୋନା ଯୋଦ୍ଧା ଓ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ଜଣଙ୍କୁ ପୁରସ୍କୃତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.