Below header

ସାଉଥ୍‌ ସୁପରଷ୍ଟାର ନାଗାର୍ଜୁନଙ୍କ ଅପକମିଂ ଫିଲ୍ମ ‘ରଙ୍ଗା’ ର ଫାଷ୍ଟ ଲୁକ୍‌ ରିଲିଜ୍

ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ଅପକମିଂ ଫିଲ୍ମ ‘ରଙ୍ଗା' ର ଫାଷ୍ଟ ଲୁକ ପୋଷ୍ଟର ସହ ଫିଲ୍ମର ଟାଇଟଲ୍ ସେୟାର କରିଛନ୍ତି । ଫିଲ୍ମର ଫାଷ୍ଟ ଲୁକ୍‌ରେ ନାଗାର୍ଜୁନଙ୍କର ଏକ ଭିନ୍ନ ଲୁକ୍ ସହ ବିଡି ପିଉଥିବାରୁ ଫ୍ୟାନ୍ସ ଦେଖିବାକୁ ପାଇଛନ୍ତି ।

ସାଉଥ୍ ଫିଲ୍ମ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ଅପକମିଂ ଫିଲ୍ମ ‘ରଙ୍ଗା’ ର ଘୋଷଣା ନାଗାର୍ଜୁନଙ୍କ ଜନ୍ମଦିନ ଅବସରରେ ହୋଇଛି । ଏହି ଫିଲ୍ମର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି । ନିର୍ଦ୍ଦେଶକ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ସହ ଫିଲ୍ମର ଟାଇଟଲ୍ ସେୟାର କରିଛନ୍ତି । ଫିଲ୍ମର ନାମ ‘ନା ସାମି ରଙ୍ଗା’ ରହିଥିବା ପୋଷ୍ଟରରେ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଲୋକପ୍ରିୟ କୋରିଓଗ୍ରାଫର ବିଜୟ ବିନ୍ନି ନିର୍ଦ୍ଦେଶନା ଦେଇଛନ୍ତି ।

ଫିଲ୍ମର ଫାଷ୍ଟ ଲୁକ୍‌ରେ ନାଗାର୍ଜୁନଙ୍କର ଏକ ଭିନ୍ନ ଲୁକ୍ ସହ ବିଡି ପିଉଥିବାରୁ ଫ୍ୟାନ୍ସ ଦେଖିବାକୁ ପାଇଛନ୍ତି । ଏହାସହିତ ଜୋର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିଛି । ଏହି ଝଲକ୍ରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ମଧ୍ୟ ଜବରଦସ୍ତ ହୋଇଛି ।


ଓସ୍କାର ବିଜେତା ଲୋକପ୍ରିୟ ସଂଗୀତକାର ଏମଏମ କିରାଭାନି ନାଗାର୍ଜୁନଙ୍କ ଏହି ଫିଲ୍ମ ପାଇଁ ମ୍ୟୁଜିକ ଦେଇଛନ୍ତି । ବ୍ଲକ୍ବଷ୍ଟର ଲେଖକ ପ୍ରସନ୍ନ କୁମାର ବେଜଓ୍ଵାଡା ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ଫିଲ୍ମଟି ଆସନ୍ତାବର୍ଷ ସଙ୍କ୍ରାନ୍ତିରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସ ଚାହିଁ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.