Below header

ବିହାର ସରକାରଙ୍କ ବଡ଼ ଘୋଷଣା, ତାଲିକାରୁ କଟିଲା ରକ୍ଷାବନ୍ଧନ ସମେତ ବିଦ୍ୟାଳୟର ୧୨ଟି ଛୁଟି

ବିହାର ସରକାର ରାଜ୍ୟରେ ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏବେ ବିହାରର ସ୍କୁଲଗୁଡ଼ିକରେ ଛୁଟି ସଂଖ୍ୟା କମାଇ ଦିଆଯାଇଛି।

ବିହାର ସରକାର ରାଜ୍ୟରେ ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏବେ ବିହାରର ସ୍କୁଲଗୁଡ଼ିକରେ ଛୁଟି ସଂଖ୍ୟା କମାଇ ଦିଆଯାଇଛି। ଶିକ୍ଷା ବିଭାଗ ମଙ୍ଗଳବାର ସ୍କୁଲଗୁଡ଼ିକରେ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଦିଆଯାଉଥିବା ଛୁଟିର ଏକ ନୂଆ ତାଲିକା ଜାରି କରିଛି। ଏହି ତାଲିକା ଅନୁସାରେ ଏବେ ସ୍କୁଲଗୁଡ଼ିକରେ ୨୩ଟି ଛୁଟି ଜାଗାରେ କେବଳ ୧୧ଟି ଛୁଟି ଦିଆଯିବ।

ନୂଆ ତାଲିକା ଅନୁସାରେ, ଏବେଠୁ ଆଉ ରକ୍ଷାବନ୍ଧନର ଛୁଟି ମିଳିବ ନାହିଁ। ପୂର୍ବରୁ ସ୍କୁଲରେ ଏହି ଛୁଟି ପିଲାମାନଙ୍କୁ ଦିଆଯାଉଥିଲା। ସେହିପରି ଏଣିକି ଦୁର୍ଗାପୂଜା ଅବସରରେ ୬ଟି ଜାଗାରେ ମାତ୍ର ୩ ଦିନର ଅବକାଶ ରହିବ। ରାଜ୍ୟ ସରକାର ଦୀପାବଳିରୁ ଛଠ୍‌ ପୂଜା ପର୍ଯ୍ୟନ୍ତ ମିଳୁଥିବା ଛୁଟିରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଆଗକୁ ୯ ଦିନର ଛୁଟି ଜାଗାରେ କେବଳ ୪ ଦିନର ଛୁଟି ରହିବ। ଅର୍ଥାତ୍‌ ଏଥର ୧୨, ୧୫, ୧୯ ଏବଂ ୨୦ ନଭେମ୍ବର ବିଦ୍ୟାଳୟ ବନ୍ଦ ରହିବ।

ଶିକ୍ଷା ବିଭାଗ ତରଫରୁ ଜାରି ସଂଶୋଧିତ ଆଦେଶରେ କୁହାଯାଇଛି ଯେ ପ୍ରାଥମିକ ବିଦ୍ୟାଳୟରେ ଅତି କମ୍‌ରେ ୨୦୦ ଦିନ ଏବଂ ମାଧ୍ୟମିକ ବିଦ୍ୟାଳୟରେ ୨୨୦ ଦିନର କାର୍ଯ୍ୟ ଦିବସ ରହିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.