ବଞ୍ଚିବା ପାଇଁ ପାଟି ନୁହେଁ ହାର୍ଟରେ ଖାଦ୍ୟ ଖାଉଛନ୍ତି ମହିଳା, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଅନେକ ଲୋକଙ୍କ ଶରୀରରେ ଏପରି କିଛି ସମସ୍ୟା ଥାଏ, ଯାହାର ଚିକିତ୍ସା ମଧ୍ୟ ମିଳିନଥାଏ । ସମାନ ଭାବେ ଜଣେ ମହିଳାଙ୍କ ସହ କିଛି ଏପରି ହୋଇଥିଲା ଯାହା ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମହିଳା ଜଣଙ୍କ ସାଧାରଣ ଲୋକଙ୍କ ପରି ପାଟିରୁ ନଖାଇ ନିଜ ହାର୍ଟ ବା ହୃଦୟରେ ଖାଉଛନ୍ତି ।

ଦୁନିଆରେ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସୁଛି । ଯଦି ମଣିଷ ଶରୀର ଏବଂ ଏହାର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବା, ତେବେ ଏକରୁ ଅଧିକ ମାମଲା ମିଳିବ । ଅନେକ ଲୋକଙ୍କ ଶରୀରରେ ଏପରି କିଛି ସମସ୍ୟା ଥାଏ, ଯାହାର ଚିକିତ୍ସା ମଧ୍ୟ ମିଳିନଥାଏ । ସମାନ ଭାବେ ଜଣେ ମହିଳାଙ୍କ ସହ କିଛି ଏପରି ହୋଇଥିଲା ଯାହା ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମହିଳା ଜଣଙ୍କ ସାଧାରଣ ଲୋକଙ୍କ ପରି ପାଟିରୁ ନଖାଇ ନିଜ ହାର୍ଟ ବା ହୃଦୟରେ ଖାଉଛନ୍ତି । ଆପଣଙ୍କୁ କଥା ଟା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଜଣେ ମହିଳା ଏଭଳି ଭାବେ ଖାଦ୍ୟ ଖାଇ ବଞ୍ଚୁଛନ୍ତି । ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିବାରୁ ସେ ଏପରି ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ।

ମହିଳାଙ୍କ ନାମ ସାରା ଏବଂ ତାଙ୍କୁ ୩୦ ବର୍ଷ ବୟସ । ତାଙ୍କୁ କୋଭିଡ ହୋଇଥିଲା, ଯାହା ପରେ ଏପରି କିଛି ସମସ୍ୟା ସାମ୍ନାକୁ ଆସିଥିଲା । ସାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ନାଉସିଟେଡସାରା ‘@nauseatedsarah’ ନାମକ ଏକ ଆକାଉଣ୍ଟରେ ଖାଦ୍ୟ କିପରି ଖାଇଥାନ୍ତି ତାହା ସେୟାର କରିଛନ୍ତି । ସେ କହିଛନ୍ତି ଯେ ସାଧାରଣ ଲୋକଙ୍କ ପରି ସେ ଖାଦ୍ୟ ହଜମ କରିପାରୁ ନାହାନ୍ତି ।

ମହିଳାଙ୍କର ଗ୍ୟାଷ୍ଟ୍ରୋପେରେସିସ୍ ନାମକ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ଯେଉଁ କାରଣରୁ ଖାଦ୍ୟ ସାଧାରଣ ଅପେକ୍ଷା ଅତି ଧୀର ବେଗରେ ପେଟରେ ପହଞ୍ଚିଥାଏ । ଏହା ଏକ ଲଙ୍ଗ ଟର୍ମ କଣ୍ଡିସନ୍‌, ଯାହା ଔଷଧ ଏବଂ ଖାଦ୍ୟରେ ପରିବର୍ତ୍ତନ କରି ମ୍ୟାନେଜ ହୋଇପାରିବ । ଏହି କାରଣରୁ, ସାରାଙ୍କର ଏହେଲେର୍ସ- ଡାନଲୋର୍ସ ସିଣ୍ଡ୍ରୋମ ହୋଇଛି, ଯେଉଁଥିପାଇଁ ତାଙ୍କର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ସେ ଖାଦ୍ୟ ହଜମ କରିପାରୁ ନାହାନ୍ତି ଏବଂ ସେ ଯାହା ଖାଉଛନ୍ତି ତାହା ତୁରନ୍ତ ବାନ୍ତି ହୋଇଯାଉଛି । ଖାଦ୍ୟ ଖାଇବା ସମୟରେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ସେହି କାରଣରୁ ସେ ବର୍ତ୍ତମାନ ପାଟିରେ ଖାଇବା ପରିବର୍ତ୍ତେ ଟୋଟାଲ୍ ପ୍ୟାରେଣ୍ଟାଲ୍ ନ୍ୟୁଟ୍ରିସନରେ ଅଛନ୍ତି ।

ଟୋଟାଲ ପ୍ୟାରେଣ୍ଟାଲ୍ ନ୍ୟୁଟ୍ରିସନରେ, IV ଆଡମିନିଷ୍ଟ୍ରେଡ ନ୍ୟୁଟ୍ରିସନ ଦିଆଯାଏ । ସାରାଙ୍କୁ ହୃଦୟ ମାଧ୍ୟମରେ ଟିପିଏନ୍ (ଟୋଟାଲ୍ ପ୍ୟାରେଣ୍ଟାଲ୍ ନ୍ୟୁଟ୍ରିସନ) ଦିଆଯାଏ ଏବଂ ସେ ଦାବି କରିଛନ୍ତି ଯେ ସେ ଖାଦ୍ୟ ଖାଇବା ପାଇଁ ମନେ ପକାଇ ପାରନ୍ତି ନାହିଁ । ସେ କହିଛନ୍ତି ଯେ ସେ ଖାଦ୍ୟକୁ ଅଧିକ ଭଲ ପାଆନ୍ତି ନାହିଁ ଏବଂ ସେ ଏହିପରି ପୁଷ୍ଟିକର ଖାଦ୍ୟ ଖାଇ ଖୁସି ଅଛନ୍ତି । କୋଭିଡ ହେବା ପରେ ଖାଦ୍ୟ ହଜମ କରିବାରେ ତାଙ୍କୁ ଅନେକ ଅସୁବିଧା ହେଉଥିଲା, କିନ୍ତୁ ଟିପିଏନ୍ ତାଙ୍କ ଜୀବନ ବଦଳାଇଛି । କିନ୍ତୁ ଏହି କାରଣରୁ ତାଙ୍କୁ ସଂକ୍ରମଣର ବିପଦ ରହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.