ରୋଭର ପ୍ରଜ୍ଞାନ ପଠାଇଲା ଲ୍ୟାଣ୍ଡର ବିକ୍ରମର ଫଟୋ, ଫଟୋ ଉଠାଇବା ବେଳେ କହିଲା…ସ୍ମାଇଲ ପ୍ଲିଜ୍‌…

ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କରିଛି ରୋଭର ପ୍ରଜ୍ଞାନ। ଚନ୍ଦ୍ରଯାନ- ୩ ଅବତରଣ କରିବା ପରେ ପ୍ରଥମ କରି ଫଟୋ ପଠାଇଛି ରୋଭର୍ ପ୍ରଜ୍ଞାନ। ଯାହାର ଫଟୋ ସେୟାର କରିଛି ଇସ୍ରୋ ।

ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ପଠାଇଲା ଲ୍ୟାଣ୍ଡରର ବିକ୍ରମର ଫଟୋ । ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ନାଭିଗେସନ୍ କ୍ୟାମେରାର ବ୍ୟବହାର କରିଛି। ଆଉ ଏହି କ୍ୟାମେରାରେ ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଛି ପ୍ରଜ୍ଞାନ । ଯାହାର ଫଟୋ ସେୟାର କରିଛି ଇସ୍ରୋ । ଚନ୍ଦ୍ରଯାନ- ୩ ଅବତରଣ କରିବା ପରେ ପ୍ରଥମ କରି ଫଟୋ ପଠାଇଛି ରୋଭର୍ ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ଅକ୍ସିଜେନ, ସଲଫର, ଆଲୁମିନିୟମ ସମେତ ଅନେକ ପଦାର୍ଥର ସନ୍ଧାନ ମିଳିଛି । ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି ।

ଇସ୍ରୋ ସେୟାର କରିଥିବା ଫଟୋରେ ଲେଖାଯାଇଛି, ଚନ୍ଦ୍ରଯାନ-୩ ଅଭିଯାନ: ‘ସ୍ମାଇଲ୍, ପ୍ଲିଜ୍!’ ‘ପ୍ରଜ୍ଞାନ ରୋଭର୍’ ଆଜି ସକାଳେ ‘ବିକ୍ରମ ଲାଣ୍ଡର୍’ର ଫଟୋ ଉଠାଇଛି। ଲ୍ୟାଣ୍ଡରରେ ଲାଗିଥିବା ଚାଷ୍ଟେ(ChaSTE) ଏବଂ ଇଲସା(ILSA)କୁ ଦର୍ଶାଇଛି ଇସ୍ରୋ। ବିକ୍ରମରେ ଏହି ଦୁଇ ଯନ୍ତ୍ରପାତି ଲାଗିଛି। କିଛିଦିନ ତଳେ ଚନ୍ଦ୍ରପୃଷ୍ଠର ଉତ୍ତାପ ମାପିଥିଲା ଚାଷ୍ଟେ। ଇସ୍ରୋ ଲ୍ୟାଣ୍ଡରର ଏସମସ୍ତ ଫଟୋ ନାଭକ୍ୟାମ ମାଧ୍ୟମରେ କଏଦ କରିଛି ରୋଭର୍। ଇସ୍ରୋ କହିଛି ଯେ, ରୋଭରରେ ଥିବା ନାଭକ୍ୟାମଗୁଡିକ ବେଙ୍ଗାଲୁରୁର ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ(LEOS) ଦ୍ୱାରା ଲାବୋରେଟୋରୀରେ ବିକଶିତ ହୋଇଛି।


ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଚନ୍ଦ୍ରଯାନ-୩ ତାର କାମ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଜଛି ରୋଭର ପ୍ରଜ୍ଞାନ । ଅନେକ ବିରଳ ରହସ୍ୟର ଅନୁସନ୍ଧାନ ଜାରି ରହିଛି । ପାଖାପାଖି ସପ୍ତାହେ ହେଲାଣି ଚନ୍ଦ୍ରପୃଷ୍ଠରେ ବୁଲୁଛି ରୋଭର । ଚନ୍ଦ୍ରପୃଷ୍ଠରେ ଖଣିଜ ପଦାର୍ଥ, ମାଟି, ପାଣି, ତାପମାତ୍ରା ଆଦି ଉପରେ ଗବେଷଣା କରୁଛି ଚନ୍ଦ୍ରଯାନ- ୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.