ଆରମ୍ଭ ହେଲା ୧୦୦୦ ଟଙ୍କାର 4G ଫୋନ ବିକ୍ରି, ଜାଣନ୍ତୁ କଣ ରହିଛି ଫିଚର୍ସ

୯୯୯ ଟଙ୍କା ମୂଲ୍ୟରେ ଏହି 4G ସ୍ମାର୍ଟଫୋନ ଫିଚର ଫୋନ, ୟୁଜରଙ୍କ ପାଇଁ ବହୁତ ଲାଭଦାୟକ ହେବ । ଏହି ଫୋନ ମାଧ୍ୟମରେ କମ୍ପାନୀ ଶସ୍ତା ଇଣ୍ଟରନେଟ ସୁବିଧା ଯୋଗାଇବାକୁ ଚେଷ୍ଟା କରୁଛି । ଏହି ଫୋନରେ ୨୩ଟି ଭାଷାର ସପୋର୍ଟ ମିଳିଥାଏ । ଅର୍ଥାତ ସାରା ଦେଶରେ ଫୋନ ବ୍ୟବହାରକାରୀମାନେ ଏହାର ଲାଭ ଉଠାଇ ପାରିବେ ।

ଆମାଜନରେ ରିଲାଏନ୍ସ ଜିଓର ଲାଟେଷ୍ଟ 4G ଫୋନ Jio Bharat 4Gର ବିକ୍ରି ଆରମ୍ଭ ହୋଇଛି । ଆପଣ ରିଲାଏନ୍ସ ଡିଜିଟାଲ ଷ୍ଟୋରରେ Jio Bharat 4G ଫୋନ କିଣିପାରିବେ । ୯୯୯ ଟଙ୍କା ମୂଲ୍ୟରେ ଏହି 4G ସ୍ମାର୍ଟଫୋନ ଫିଚର ଫୋନ, ୟୁଜରଙ୍କ ପାଇଁ ବହୁତ ଲାଭଦାୟକ ହେବ । ଏହି ଫୋନ ମାଧ୍ୟମରେ କମ୍ପାନୀ ଶସ୍ତା ଇଣ୍ଟରନେଟ ସୁବିଧା ଯୋଗାଇବାକୁ ଚେଷ୍ଟା କରୁଛି । ଖବର ଅନୁଯାୟୀ, ଏହି ଫୋନରେ ୨୩ଟି ଭାଷାର ସପୋର୍ଟ ମିଳିଥାଏ । ଅର୍ଥାତ ସାରା ଦେଶରେ ଫୋନ ବ୍ୟବହାରକାରୀମାନେ ଏହାର ଲାଭ ଉଠାଇ ପାରିବେ ।

Jio Bharat 4G ଫୋନରେ ୧.୭୭ –ଇଞ୍ଚର TFT ଡିସପ୍ଲେ, ଏଲଇଡି ଫ୍ଲାସ ସହିତ ୦.୩MP କ୍ୟାମେରା ଏବଂ ୧୦୦୦mAh ବ୍ୟାଟେରୀ ଅଛି । ଏହା ୧୨୮GB ପର୍ଯ୍ୟନ୍ତ ଏକ୍ସଟର୍ନାଲ ମାଇକ୍ରୋ SD କାର୍ଡ ଷ୍ଟୋରେଜକୁ ସପୋର୍ଟ କରେ । ଏହି ଫୋନ ଐସ ବ୍ଲାକ ଭାରିଆଣ୍ଟରେ ଉପଲବ୍ଧ । ଏହି ମୂଲ୍ୟରେ JioBharat 4G ଫୋନ ସହଜ 4G ଇଣ୍ଟରନେଟ କନେକ୍ଟିଭିଟି ଏବଂ ଅନେକ ସୁବିଧା ଦେଇଥାଏ ।

ଏହି Jio Bharat 4G ସହିତ ଜିଓ ଶସ୍ତା ଇଣ୍ଟରନେଟ ପ୍ଲାନ ମଧ୍ୟ ଦେଉଛି । ୧୨୩ ଟଙ୍କା ପ୍ଲାନରେ ଅନଲିମିଟେଡ ଭଏସ କଲ, ୧୪ ଜିବି ଡାଟା ଏବଂ କଣ୍ଟେଟ ଷ୍ଟ୍ରିମିଂ ପାଇଁ ଜିଓ ଆପ୍ସକୁ ଆକ୍ସେସ ପ୍ରଦାନ କରିଥାଏ । ସେହିଭଳି ଆପଣ ୧୨୩୪ ଟଙ୍କାରେ ବାର୍ଷିକ ପ୍ଲାନ ପାଇପାରିବେ ଯେଉଁଥିରେ ଆପଣ ଅନଲିମିଟେଡ କଲ ଏବଂ ୧୬୮ ଜିବି ଡାଟା ପାଇପାରିବେ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୬ତମ ବାର୍ଷିକ ସାଧାରଣ ବୈଠକରେ (ଏଜିଏମ୍) କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ପ୍ଲାଟଫର୍ମଗୁଡିକ 6G କ୍ଷମତାକୁ ଆଗକୁ ବଢ଼ାଇବାରେ ଆନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଓ ବିଶ୍ୱର ପ୍ରଥମ କମ୍ପାନୀ ହେବ ଯାହାକି ପରବର୍ତ୍ତୀ ପିଢ଼ିର ନେଟୱାର୍କର ବିକାଶ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.