ଗାଜିଆବାଦ କୋର୍ଟରେ ଓକିଲଙ୍କୁ ହତ୍ୟା, ଚ୍ୟାମ୍ବରରେ ପଶି ଦୁର୍ବୃତ୍ତ ମାରିଲେ ଗୁଳି

ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଛାତିଥରା ହତ୍ୟାକାଣ୍ଡ ଘଟିଛି। ଏଠାରେ କୋର୍ଟରେ ପଶି କିଛି ଦୁର୍ବୃତ୍ତ ଜଣେ ଓକିଲଙ୍କୁ ହତ୍ୟା କରିଛନ୍ତି।

ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଛାତିଥରା ହତ୍ୟାକାଣ୍ଡ ଘଟିଛି। ଏଠାରେ କୋର୍ଟରେ ପଶି କିଛି ଦୁର୍ବୃତ୍ତ ଜଣେ ଓକିଲଙ୍କୁ ହତ୍ୟା କରିଛନ୍ତି। ଓକିଲ ନିଜ ଚ୍ୟାମ୍ବରରେ ବସିଥିବାବେଳେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ, ଏହି ଘଟଣା ସିହାନିଗେଟ୍‌ ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ତହସିଲରେ ଓକିଲ ନିଜ ଚ୍ୟାମ୍ବରରେ ବସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଚ୍ୟାମ୍ବର ଭିତରେ ପଶିଥିଲେ ଏବଂ ଓକିଲଙ୍କ କାନ ପାଖକୁ ଗୁଳି ମାରିଥିଲେ। ଗୁଳିମାଡ଼ ପରେ ଓକିଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେହିଠାରେ ହିଁ ଟଳି ପଡ଼ିଥିଲେ।

ସେପଟେ ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏହାପରେ ଯେତେବେଳେ ଲୋକେ ସେଠାରେ ପହଞ୍ଚିଥିଲେ, ଓକିଲଙ୍କ ହତ୍ୟା ହୋଇଥିବାର ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଲୋକେ ଏ ନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ପୋଲିସ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ପୋଲିସ ଦୁର୍ବୃତ୍ତମାନଙ୍କୁ ଖୋଜିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.