ହୋଟେଲକୁ ଖାଇବାକୁ ଆସି ଟଳି ପଡିଲେ ବୃଦ୍ଧ, ସମୁଦ୍ର କୂଳରେ ବସି ଜୋତା ସିଲାଇ କରି ପେଟ ପୋଷୁଥିଲେ

ପେଟପୂଜା ନାମକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା।ହୋଟେଲକୁ ଖାଇବାକୁ ଆସି ଆଉ ଫେରିଲା ନାହିଁ ଜଣେ ଗ୍ରାହକ। ସେହିଠାରେ ହିଁ ଚାଲିଗଲା ଜୀବନ।

ପୁରୀ(କେନ୍ୟୁଜ୍): ଏମିତିବି ମୃତ୍ୟୁ ଆସେ। ଯାହା ସମସ୍ତଙ୍କୁ  ସ୍ତମ୍ଭିଭୂତ କରିଛି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗତକାଲି ସନ୍ଧ୍ୟା ସମୟରେ ପୁରୀ ବେଳାଭୂମି ରେଣୁକା ଗଳିରେ ଥିବା ଏକ ପେଟପୂଜା ନାମକ ହୋଟେଲରେ ଘଟିଛି ଏଭଳି ଅଭାବନୀୟ ଘଟଣା।ହୋଟେଲକୁ ଖାଇବାକୁ ଆସି ଆଉ ଫେରିଲା ନାହିଁ ଜଣେ ଗ୍ରାହକ। ସେହିଠାରେ ହିଁ ଚାଲିଗଲା ଜୀବନ। ତେବେ ହୋଟେଲ ମାଲିକଙ୍କ କହିବା ଅନୁଯାୟୀ ଶ୍ରୀକାକୁଲମ ଅଞ୍ଚଳର ଜଣେ ବ୍ୟକ୍ତି ସମୁଦ୍ର କୂଳରେ ରାସ୍ତାରେ ବସି ଜୋତା ସିଲାଇ କରି ପେଟ ପୋଷୁଥିଲେ।

ଦୀର୍ଘ ପାଞ୍ଚ ବର୍ଷ ହେବ ପ୍ରତିଦିନ ସନ୍ଧ୍ୟାରେ ରେଣୁକାଗଳିରେ ଥିବା ଏହି ପେଟପୂଜା ହୋଟେଲକୁ ଆସି ଖାଉଥିଲେ। ହେଲେ ଗତକାଲି ଯାହା ଘଟିଲା ତାହା ସମସ୍ତଙ୍କ ହୋସ ଉଡାଇଦେଲା। ସିସିଟିଭି ଫୁଟେଜରେ ଏହି ବ୍ୟକ୍ତିଙ୍କ ପ୍ରାଣବାୟୁ ଉଡିଯିବାର ଦୃଶ୍ୟ କଏଦ ହୋଇଛି। ହୋଟେଲକୁ ଆସିବା, ହୋଟେଲରେ ବସିବା, ବିଚଳିତ ହେବା ଆଉ ତାପରେ ପଛକୁ ଗଳିପଡିବା ସହ ଜୀବନ ଚାଲିଯିବାର ଦୃଶ୍ୟ ରହିଛି। ଆଉ ଏଭଳି ଯେ ମୃତ୍ୟୁ ଆସେ ତାକୁ ନେଇ ସବୁଠି ଚର୍ଚ୍ଚା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.