ମଧ୍ୟ ପ୍ରଦେଶ: ଫୁଡ୍‌ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌, ୫ ଶ୍ରମିକ ମୃତ; ଏକାଧିକ ଅସୁସ୍ଥ

ମଧ୍ୟ ପ୍ରଦେଶର ମୋରେନାରେ ଥିବା ଏକ ଫୁଡ୍‌ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଜଣ ଅସୁସ୍ଥ ହୋଇଛନ୍ତି।

ମଧ୍ୟ ପ୍ରଦେଶର ମୋରେନାରେ ଥିବା ଏକ ଫୁଡ୍‌ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଜଣ ଅସୁସ୍ଥ ହୋଇଛନ୍ତି। ଗ୍ୟାସ୍‌ ନିର୍ଗତ ହେବା କାରଣରୁ ୧୨ରୁ ଅଧିକ ଶ୍ରମିକ ଘଟଣାସ୍ଥଳରେ ବେହୋସ୍‌ ହୋଇଯାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଟିମ୍‌ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ମୋରେନାର ଜିଲ୍ଲାପାଳ ଅଙ୍କିତ୍‌ ଅସ୍ଥାନା କହିଛନ୍ତି ଯେ ଏହି ଘଟଣା ଧନେଲି ରୋଡ୍‌ସ୍ଥିତ ଏକ ଫୁଡ୍‌ ପ୍ରଡକ୍ଟସ୍‌ କମ୍ପାନୀର।

ବୁଧବାର ସକାଳେ ଫ୍ୟାକ୍ଟ୍ରିରେ କାମ ଚାଲିଥିଲା। ଏହି ସମୟରେ ଫ୍ୟାକ୍ଟ୍ରିରୁ ହଠାତ୍‌ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥିଲା। ଫଳରେ ୧୨ରୁ ଅଧିକ ଶ୍ରମିକ ଏହା ସଂସ୍ପର୍ଶରେ ଆସିଥିଲେ। ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସବୁଦିନ ଭଳି ବୁଧବାର ସକାଳେ ଶ୍ରମିକମାନେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ବର୍ତ୍ତମାନ ପୋଲିସ ଫ୍ୟାକ୍ଟ୍ରି ଏବଂ ଆଖପାଖର ପ୍ରଭାବିତ ଅଞ୍ଚଳକୁ ଖାଲି କରି ଦେଇଥିବାବେଳେ ଗ୍ୟାସ୍‌ ନିର୍ଗତକୁ ବନ୍ଦ କରିବାକୁ ଚେଷ୍ଟା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.