ଏଥର ବିଗ ବସରେ ଏହି ୮ଜଣ ସୁପରଷ୍ଟାରଙ୍କ ଜବରଦସ୍ତ ଏଣ୍ଟ୍ରି, ଜାଣନ୍ତୁ କିଏ ରହିଛନ୍ତି ସାମିଲ୍‌

ଚଳିତ ବର୍ଷ ବିଗ ବସ୍ ୧୩ରେ ଟିଆରପି ପାଇଁ ଅନେକ ଯୋଜନା କରାଯାଇଛି। ଚଳିତ ବର୍ଷ ଏହାର ଆରମ୍ଭ ଏପରି କରାଯାଇଛି, ଯେପରିକି ସୋ’ ରେ କେହି ସାଧାରଣ ପ୍ରତିଦ୍ବନ୍ଦି ରହିବେ ନାହିଁ। ଯାହା ଦ୍ବାରା ଏହି ସୋ’ ଆରମ୍ଭ ହେବା ପୂର୍ବରୁ ଚ୍ୟାନେଲ ଟେଲିଭିଜନର ଅନେକ କଳାକାରମାନଙ୍କୁ ସମ୍ପର୍କ କରିବା ଆରମ୍ଭ କରିସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ ଅଧିକ କିଛି ସୂଚନା ମିଳିନାହିଁ। କିନ୍ତୁ ସୂଚନା ଅନୁଯାୟୀ ଚଳିତ ବର୍ଷ ନିର୍ଦେଶକ କୌଣସି ପ୍ରକାର ରିକ୍ସ ନେବାକୁ ଚାହୁଁନାହାନ୍ତି। ତାଙ୍କର କହିବା ଅନୁଯାୟୀ ଚଳିତ ବର୍ଷ ଟିଭି ପରଦାର ଲୋକପ୍ରିୟ କଳାକାରମାନେ ବିଗ ବସର ଟିଆରପି ବଢାଇପାରିବେ।

bigg-boss-13ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଛି ଟପ ଷ୍ଟାରମାନଙ୍କୁ ଏହି ସୋ’ ପାଇଁ ଅଫର କରାଯାଇଛି। ଏଥିରେ କିଛି ଷ୍ଟାରମାନେ ମନା କରିଥିବା ବେଳେ କିଛି ଚିନ୍ତା କରିବା ପାଇଁ ସମୟ ମାଗିଛନ୍ତି। ଚଳିତ ବର୍ଷ ଏହି ସୋ’ ର ସୁଟିଂ ଲୋନାୱଲା ନୁହେଁ ବରଂ ମୁମ୍ବାଇର ଫିଲ୍ମସିଟିରେ ସୁଟିଂ କରାଯିବ। ସେପ୍ଟେମ୍ବର ମାସ ଠାରୁ ଆରମ୍ଭ କରି ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି ସୋ’ ର ଟେଲିକାଷ୍ଟ କରାଯିବ।

ଚଳିତ ବର୍ଷ ଏହି ସୋ’ କୁ ଚର୍ଚ୍ଚାରେ ରଖିବା ପାଇଁ ଏହି ୮ ଜଣ ସୁପରଷ୍ଟାରଙ୍କୁ ପ୍ରତିଦ୍ବନ୍ଦି ହେବା ପାଇଁ ପ୍ରସ୍ତାବ ଦିଆଯାଇଛି।

ଦୟାନନ୍ଦ ସେଠୀ

dayanandaରିପୋର୍ଟ ଅନୁଯାୟୀ ସିଆଇଡି ଟିଭି ସୋ’ ଆକ୍ଟର ଦୟାନନ୍ଦ ସେଠୀଙ୍କୁ ଏହି ସୋ’ର ପ୍ରସ୍ତାବ ପଠାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ କିଛି ଉତ୍ତର ଦେଇନାହାନ୍ତି। ସୋସିଆଲ ମିଡିଆରେ ଦୟାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ୍ସ ରହିଛନ୍ତି।

ମେଘନା ମଲ୍ଲିକ

ଲୋକପ୍ରିୟ ଟିଭି ସିରିଏଲ ମେରି ଲାଡୋରେ ଅଭିନୟ କରିଥିବା ଆମାଜୀ ବା ମେଘନା ମଲ୍ଲିକଙ୍କୁ ମଧ୍ୟ ଏହି ସୋ’ରେ ଯୋଗ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି।

କରଣ ଭୋହରା

karanଟିଭି ସିରିଏଲ କ୍ରିଷ୍ଣା ଚଲି ଲଣ୍ଡନରେ ନଜର ଆସୁଥିବା ଷ୍ଟାର କରନ ଭୋହରାଙ୍କୁ ମଧ୍ୟ ଏହି ସୋ’ ରେ ସାମିଲ ହେବା ପାଇଁ କୁହାଯାଇଛି।

ରଣବିଜୟ ସିଂହ

ରୋଡିଜର ଜଜ୍ ଏବଂ ହୋଷ୍ଟ ରଣବିଜୟ ସିଂହଙ୍କୁ ମଧ୍ୟ ବିଗ ବସ ୧୩ ପାଇଁ ଅପ୍ରୋଚ କରାଯାଇଛି।

ବିବେକ ଦହିୟା

vivekୟେ ହେ ମୋହବତେ ଫେମର ବିବେକ ଦହିୟାଙ୍କୁ ମଧ୍ୟ ଚଳିତ ବର୍ଷ ଏହି ସୋ’ ପାଇଁ ଡ଼କାଯାଇଛି।

ଅନେରୀ ଭଜାନୀ

ଏଥିସହ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନେରୀ ଭଜାନୀଙ୍କୁ ଏହି ସୋ’ର ପ୍ରତିଦ୍ବନ୍ଦି ଲିଷ୍ଟରେ ରଖାଯାଇଛି।

ଦେୱଲୀନା ଭଟ୍ଟାଚାର୍ଯ୍ୟ

deblinaସାଥ ନିଭାନା ସାଥିୟା ସୋ ‘ ଶେଷ ହେବା ପରେ ଗୋପୀ ବୋହୂ ବା ଦେୱଲୀନା ଭଟ୍ଟାଚାର୍ଯ୍ୟ ମଧ୍ୟ କିଛି ଖାସ୍ ପ୍ରୋଜେକ୍ଟର ଅପେକ୍ଷା କରିଛନ୍ତି। ତାଙ୍କର ନାଁ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛି।

ଜରିନ ଖାନ

ଜରିନ ଖାନଙ୍କୁ ସଲମାନ ଖାନ ଭିର ଫିଲ୍ମରୁ ବଲିଉଡରେ ଡେବ୍ୟୁ କରାଇଥିଲେ। ବିଶେଷ କଥା ହେଉଛି ଚଳିତ ବର୍ଷ ଏହି ସୋ’ ରେ ଜରିନ ଖାନ ନଜର ଆସିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.