ମା’ ହେବାକୁ ଯାଉଛନ୍ତି ନେହା କକ୍କର, ୪୫ ଦିନ ପୂର୍ବରୁ କରିଥିଲେ ବିବାହ, ଫଟୋ ଭାଇରଲ

ବଲିଉଡ ସିଙ୍ଗର ନେହା କକ୍କର ନିଜ ଫ୍ଯାନଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି। ନେହା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ନେହା ନିଜ ଇନଷ୍ଟାଗ୍ରାମରେ ପତି ରୋହନପ୍ରୀତ ସିଂଙ୍କ ସହିତ ବହୁତ କ୍ଯୁଟ୍ ଏବଂ ରୋମାଣ୍ଟିକ ଫଟୋ ସେୟାର କରିଥିଲେ। ଯେଉଁଥିରେ ନେହା ବେବି ବମ୍ପ ଫ୍ଲଣ୍ଟ କରୁଥିବା ନଜର ଆସୁଛନ୍ତି। ଫଟୋରେ ନେହା ବ୍ଲୁ ଡେନିମ ରଙ୍ଗର ଡଙ୍ଗରୀ ପିନ୍ଧି ରୋହନପ୍ରୀତଙ୍କ ସହିତ ନଜର ଆସିଛନ୍ତି। ଏହାକୁ ସେୟାର କରି ନେହା କ୍ଯାପସନରେ ଲେଖିଛନ୍ତି ‘ #KhyalRakhyaKar’।

ନେହାଙ୍କ ଗର୍ଭବତୀ ଖବରକୁ ନେଇ ତାଙ୍କ ଫ୍ଯାନ୍ ଏବେ ଚକିତ ହୋଇପଡିଛନ୍ତି। ସୂଚନାଯୋଗ୍ଯ, ଗତ ଅକ୍ଟୋବର ୨୪ରେ ବିବାହ କରିଥିଲେ। ତେବେ ନେହାଙ୍କ ଏହି ଖବର ଶୁଣି କେବଳ ଫ୍ଯାନ ନୁହେଁ ସମସ୍ତେ ଆଶ୍ଚର୍ଯ୍ଯ ହୋଇପଡିଛନ୍ତି।

ଏବେ ନେହାଙ୍କ ଏହି ଖବର ସୋସିଆଲ ମିଡିଆରେ ବୋବାଲ୍ କରିଛି। ଦୁହେଁ ବିବାହ କରିବା ପରେ ହନିମୁନ ପାଇଁ ଦୁବାଇ ଯାଇଥିଲେ । ଯାହାର ଫଟୋ ଭାଇରଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.