କ୍ୟାନ୍ସର ରୋଗୀଙ୍କ ପାଇଁ କେଶ ଦାନ କରି ଚର୍ଚ୍ଚାରେ ଶ୍ରୁତି, ସମାଜ ପାଇଁ ପାଲଟିଛନ୍ତି ଉଦାହରଣ

ବାରିପଦା(କେନ୍ୟୁଜ୍‌): କ୍ୟାନ୍ସର ରୋଗୀଙ୍କ ପାଇଁ କେଶ ଦାନ କରି ଚର୍ଚ୍ଚାରେ ବାରିପଦାର ଶ୍ରୁତି ମାଇତି । ଶ୍ରୁତି ବାରିପଦା ମହାରାଜା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ଛାତ୍ରୀ। ସମାଜ ପାଇଁ କିଛି କରିଦେଖାଇବା ହିଁ ତାଙ୍କର ନିଶା ପାଲଟିଛି । ଏନେଇ ଶ୍ରୁତି କ୍ୟାନ୍ସର ରୋଗୀଙ୍କ ପାଇଁ କେଶ ଦାନ କରି ସମାଜରେ ଉଦାହରଣ ପାଲଟିଛନ୍ତି। ଏଥିପାଇଁ ସେ NSS ରେ ଜଣେ ସକ୍ରିୟ ସଦସ୍ୟା ଅଛନ୍ତି । ଶ୍ରୁତିଙ୍କର ବହୁ ଦିନରୁ ଆଶା ଥିଲା କ୍ୟାନ୍ସର ରୋଗୀଙ୍କୁ ନିଜ କେଶ ଦାନ କରିବେ । ଆଉ ଏବେ ସେ ଆଶା ପୂରଣ କରି ବେଶ ଆନନ୍ଦିତ । ଏପରିକି ସମଗ୍ର ଯୁବ ସମାଜ ନିଜକୁ ସମାଜ ପାଇଁ ଉତ୍ସର୍ଗ କରିବାକୁ ସେ ଆହ୍ଵାନ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.