ପୁଣି ‘ଧିମେ ଧିମେ’ ଗୀତରେ ଡ୍ୟାନ୍ସ କଲେ ସିଙ୍ଗିଂ କୁଇନ, ଧମାଲ୍‌ ମଚାଉଛି ଭିଡିଓ

ନେହା କକ୍କର ନିଜର ସ୍ୱର ପାଇଁ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ସେ କେବଳ ଗୀତ ବୋଲିବା ନୁହେଁ ବରଂ ଡ୍ୟାନ୍ସ କରିବା ଏବଂ କମେଡି କରିବାରେ ମଧ୍ୟ ମାହିର। ନେହା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ସବୁବେଳେ ସୋସିଆଲ ମିଡିଆରେ ମଜାଦାର ଭିଡିଓ ସେୟାର କରନ୍ତି। ନିକଟରେ ନେହା କକ୍କର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସିଙ୍ଗିଂ କୁଇନ ନେହା ନିଜର ମେକ୍‌ଅପ୍‌ କରିବା ସମୟରେ ‘ଧିମେ ଧିମେ’ ଗୀତରେ ମସ୍ତି କରିବା ସହିତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ଏହି ଭିଡିଓରେ ନେହା କିଛି ଲୋକଙ୍କ ସହିତ ନଜର ଆସିଛନ୍ତି। ଏହାସହିତ ତାଙ୍କ ମେକଅପ୍‌ ଆଟିଷ୍ଟ ମଧ୍ୟ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓରେ ନେହା କହୁଛନ୍ତି ‘ଏମିତି ମେକଅପ୍‌ ହୋଇଥାଏ ଆମର, ସିଙ୍ଗର ଏହି ଭିଡିଓ ସେୟାର କରିବା ସହିତ କ୍ୟାପସନ ଲେଖିଛନ୍ତି, ‘ ମୁଁ ମୋ ପରିବାରକୁ ବହୁତ ମିସ୍‌ କରୁଛନ୍ତି, ଟିମ୍‌, ଆପଣମାନଙ୍କୁ ବହୁତ ଶୀଘ୍ର ଦେଖାହେବି।


ସୂଚନାଯୋଗ୍ୟ, ନିକଟରେ ଟୋନୀଙ୍କ ସହିତ ନୋହ ଗୀତ ‘ଭିଗୀ ଭିଗୀ’ ଗୀତ ରିଲିଜ କରିଥିଲେ। ଗୀତଟି ରିଲିଜ ହେବା ପରେ ୟୁଟ୍ୟୁବରେ ଧମାଲ କରିଥିଲା। ଏହାଛଡା ନେହା ‘ ଦିଲବର, କାଲା ଚଷମା, ଗରମୀ, ଆଖଁ ମାରେ, ସେକେଣ୍ଡ ହ୍ୟାଣ୍ଡ ଜଓ୍ଵାନୀ, କୋକା କୋଲା ଭଳି ଗୀତ ଗାଈ ଚର୍ଚ୍ଚାରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.